Advertisment

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, କେସ୍ ବନ୍ଦ କରିବାକୁ ନେଉଥିଲେ ୧୦ ଲକ୍ଷ ଲାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଭିଜିଲାନ୍ସ ଚଢ଼ାଉ ହେଉଛି କହିଲେ ଭୁଲ୍ ହେବ ନାହିଁ। କେତେବେଳେ କେଉଁ ସରକାରୀ ଅଫିସର/କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରୁଛି ତ ଆଉ କେବେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କରୁଛି ଚଢ଼ାଉ। ପ୍ରାୟ ପ୍ରତିଦିନ ଏଭଳି ଖବର ଗଣମାଧ୍ୟମରେ ଆସୁଥିବା ବେଳେ ଲୋକଙ୍କ ମନରେ ଯେଉଁ କେତୋଟି ପ୍ରଶ୍ନ ଉଠେ, ସେଥିରୁ ଦୁଇଟି ହେଉଛି- ଯେଉଁମାନେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ନଗଦ ୨ ଲକ୍ଷ ଟଙ୍କା ନେଇ ଯାଉଥିଲେ ପିଡି, ମାଡ଼ି ବସିଲା ଭିଜିଲାନ୍ସ

Vigilance

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଭିଜିଲାନ୍ସ ଚଢ଼ାଉ ହେଉଛି କହିଲେ ଭୁଲ୍ ହେବ ନାହିଁ। କେତେବେଳେ କେଉଁ ସରକାରୀ ଅଫିସର/କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରୁଛି ତ ଆଉ କେବେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କରୁଛି ଚଢ଼ାଉ। ପ୍ରାୟ ପ୍ରତିଦିନ ଏଭଳି ଖବର ଗଣମାଧ୍ୟମରେ ଆସୁଥିବା ବେଳେ ଲୋକଙ୍କ ମନରେ ଯେଉଁ କେତୋଟି ପ୍ରଶ୍ନ ଉଠେ, ସେଥିରୁ ଦୁଇଟି ହେଉଛି- ଯେଉଁମାନେ ଭିଜିଲାନ୍ସରେ ଅଛନ୍ତି ସେମାନଙ୍କ ଘରେ ରେଡ୍‌ ହୁଏ ନା ନାହିଁ? ସେହିପରି ଭିଜିଲାନ୍ସ ଅଧିକାରୀମାନଙ୍କ ମଧ୍ୟରୁ କ’ଣ କେହି କେବେ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି? ଆଉ ଆଜି ହୋଇଥିବା ଏକ ଭିଜିଲାନ୍ସ ରେଡ୍‌ରୁ ଏମିତି ଏକ ଖବରଟିଏ ଆସିଛି। ଭିଜିଲାନ୍ସ ଜାଲରେ ଜଣେ ଭିଜିଲାନ୍ସ ବିଭାଗ ଅଧିକାରୀ ପଡ଼ିଛନ୍ତି।

Advertisment

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜଣେ ଭିଜିଲାନ୍ସ ଇନ୍ସପେକ୍ଟର ଧରାପଡ଼ିଛନ୍ତି। ତାଙ୍କ ନାଁ ମାନସୀ ଜେନା। ସେ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ନିଯୁକ୍ତ ହୋଇଛନ୍ତି।

ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲାକୁ ବନ୍ଦ କରି ଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ହାତରେ ସେ ଧରାପଡ଼ିଥିଲେ।

Advertisment

ଇନ୍ସପେକ୍ଟର ମାନସୀ ଜେନାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଛି। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

Vigilance Raid