Advertisment

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ। ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ RTI ପରିସରଭୁକ୍ତ ହେବ। ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବନାହିଁ ବୋଲି ଗତ ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି […]

author-image
Niranjan Mishra
ଅଦ୍ୟତନ ହୋଇଛି
ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ, ହାଇକୋର୍ଟଙ୍କ ନିର୍ଦ୍ଦେଶ

highcourt

କଟକ(ଓଡ଼ିଶା ରିପୋର୍ଟର): ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ। ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ RTI ପରିସରଭୁକ୍ତ ହେବ। ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବନାହିଁ ବୋଲି ଗତ ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହା ସୂଚନା ଅଧିକାର ଆଇନର ଧାରା ୨୪ ଏବଂ ସମ୍ବିଧାନର ଧାରା ୧୯ ଏବଂ ୨୧ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଆବେଦନକାରୀ। ଆବେଦନକାରୀଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ମାନବିକ ଅଧିକାର ଉଲ୍ଲଙ୍ଘନ ଏବଂ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ମନା କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

କେବଳ ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ତଥ୍ୟକୁ ବାଦ ଦେଇ ଅନ୍ୟ ସମସ୍ତ ତଥ୍ୟକୁ ଆରଟିଆଇରେ ଦେବା ନିମନ୍ତେ ସାନି ବିଜ୍ଞପ୍ତି ଜାରି କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ବାବଦରେ ଏକ ବିସ୍ତୃତ ଏବଂ ସ୍ପଷ୍ଟ ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ କହିଛନ୍ତି।

Advertisment