Advertisment

କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମାଳମାଳ ପ୍ଲଟ୍‌କୁ ପୁଳାପୁଳା ଟଙ୍କା ଠାବ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋରୋ RW ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରମୋଥଙ୍କ ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳ ସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।  ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା, ସୁନାଗହଣା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।  ପ୍ରମୋଥଙ୍କର୧୬ଟି ପ୍ଲଟ୍ ଥିବା  ସୂଚନା ମିଳିଛି।  […]

ଅଦ୍ୟତନ ହୋଇଛି
କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମାଳମାଳ ପ୍ଲଟ୍‌କୁ ପୁଳାପୁଳା ଟଙ୍କା ଠାବ

vigilance raid

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋରୋ RW ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ପ୍ରମୋଥଙ୍କ ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳ ସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।  ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା, ସୁନାଗହଣା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।  ପ୍ରମୋଥଙ୍କର୧୬ଟି ପ୍ଲଟ୍ ଥିବା  ସୂଚନା ମିଳିଛି।  ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ଟଙ୍କା ହେବ।

ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି। ପ୍ରମୋଥ ଆୟ ବର୍ହିଭୂତ ସଂପତ୍ତି ଠୁଳ  କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଭିଜିଲାନ୍ସ ଟିମ୍‌ ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା।

Advertisment
Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe