ସୋର (ଶଶିକାନ୍ତ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଅଧ୍ୟାପକ। ସେ ହେଲେ ବାଲେଶ୍ୱର ଜିଲ୍ଲା ତଳନଗର ମହାବିଦ୍ୟାଳୟର ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟୟ। ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଛନ୍ତି। ରାମଚନ୍ଦ୍ରଙ୍କ ଘର ସମେତ ୪ଟି ସ୍ଥାନରେ ବାଲେଶ୍ୱରର ୫ ଜଣିଆ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରିଛି।
ବାହାନାଗା ବ୍ଲକ୍ ଆସିମିଳା ଠାରେ ଥିବା ବାସଭବନ ଏବଂ ତଳନଗର କଲେଜ ଛକରେ ଥିବା ତାଙ୍କର ୨ଟି ବିଲ୍ଡିଂରେ ଚଢ଼ଉ ହୋଇଛି। ଚଢ଼ଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।