Advertisment

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରୁ ଅଧ କେଜି ସୁନାକୁ ଅଢେଇ କେଜି ରୂପା ଜବତ

ନୂଆପଡ଼ା(ମାୟାଧର ସରାଫ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।  କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ଚଢ଼ାଉ ବେଳେ  ଅଚଳାଚଳ ସମ୍ପତ୍ତି ସହ ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରୁ ଅଧ କେଜି ସୁନାକୁ ଅଢେଇ କେଜି ରୂପା ଜବତ

vigilance raid

ନୂଆପଡ଼ା(ମାୟାଧର ସରାଫ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।  କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ଚଢ଼ାଉ ବେଳେ  ଅଚଳାଚଳ ସମ୍ପତ୍ତି ସହ ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସଂପତ୍ତିର ଆକଳନ କରାଯାଇ ନାହିଁ ।

Advertisment

[caption id="attachment_710712" align="aligncenter" width="650"]vigilance raid ରତ୍ନାକର ସେଠୀଙ୍କ ଘର ।[/caption]

ସୂଚନାଯୋଗ୍ୟ, ରତ୍ନାକରଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ ଆଜି ସକାଳୁ ସକାଳୁ  ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । କଟକ ମଧୁପାଟଣା ବାଲିସାହିରେ ଥିବା ରତ୍ନାକରଙ୍କ ବାସଭବନ, ଚାଉଳିଆଗଞ୍ଜରେ ଥିବା ତିନି ମହଲା ବିଶିଷ୍ଟ ଘର, କଟକ ବାଲିସାହିରେ ଥିବା ନଟରାଜ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଓରଣ୍ଡାରେ ଥିବା ୩ ଏକର ଜମି, ନୂଆପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ, ନୂଆପଡ଼ାର ଭଡ଼ାଘରରେ ଚଢ଼ଉ କରାଯାଇଛି ।

Advertisment

ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍‌ପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢ଼ାଉ ସରି ନ ଥିବାରୁ କେତେ ପରିମାଣର ଆୟ ବହିଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଜଣାପଡ଼ିନି।