ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି ।  ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭଂଜନଗର ଇରିଗେସନ୍ କଲୋନୀରେ ଥିବା କ୍ୱାଟର୍ସ, […]

raid

raid

Niharika Rout
  • Published: Wednesday, 06 April 2022
  • Updated: 06 April 2022, 06:43 PM IST

Sports

Latest News

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି ।  ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।

ଭଂଜନଗର ଇରିଗେସନ୍ କଲୋନୀରେ ଥିବା କ୍ୱାଟର୍ସ, ଭଂଜନଗରରେ ଥିବା ଅଫିସ୍, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଫ୍ଲାଟ୍, କସ୍ମୋପଲିସ୍‌ରେ ଥିବା ଫ୍ଲାଟ୍, ଜାଗମରାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଖଲ୍ଲିକୋଟର ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।

୫ ଡିଏସ୍‌ପିଙ୍କ ସମେତ ୧୧ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ ଜବତ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos