raid
ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।
ଭଂଜନଗର ଇରିଗେସନ୍ କଲୋନୀରେ ଥିବା କ୍ୱାଟର୍ସ, ଭଂଜନଗରରେ ଥିବା ଅଫିସ୍, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଫ୍ଲାଟ୍, କସ୍ମୋପଲିସ୍ରେ ଥିବା ଫ୍ଲାଟ୍, ଜାଗମରାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଖଲ୍ଲିକୋଟର ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।
୫ ଡିଏସ୍ପିଙ୍କ ସମେତ ୧୧ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ ଜବତ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/raid.jpg)