Advertisment

ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ପଶିଲା ଭିଜିଲାନ୍ସ

ଜଳେଶ୍ୱର(ଅଜିତ ଦାସ): ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି। ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ  ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ  ଜାରି ରହିଛି । ବିଭିନ୍ନ ବ୍ୟାଙ୍କରେ ଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ପଶିଲା ଭିଜିଲାନ୍ସ

raid

ଜଳେଶ୍ୱର(ଅଜିତ ଦାସ): ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱରଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି।

Advertisment

ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ  ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ  ଜାରି ରହିଛି । ବିଭିନ୍ନ ବ୍ୟାଙ୍କରେ ଥିବା ତାଙ୍କ ପାସବୁକ୍‌, ଜମି ପଟ୍ଟା ଆଦିର ଯାଞ୍ଚ ଚାଲିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଚଢ଼ାଉରେ ୪ ଡିଏସ୍‌ପି, ୫ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ଜଳେଶ୍ୱର ଓ ଗଞ୍ଜାମରୁ ଜନାର୍ଦ୍ଦନ ପଳେଇଙ୍କ ୧୨ଟି ପ୍ଲଟ ଠାବ ହୋଇଛି। ଏଥିସହ ବହୁ ଏଲଆଇସି ବଣ୍ଡ ଓ ପାସବୁକ୍‌ ଜବତ ହୋଇଛି।

Advertisment

ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ଚଢ଼ାଉ ଚାଲିଥିବାରୁ ଜବତ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନି।

Vigilance Raid