/odisha-reporter/media/post_attachments/uploads/2020/09/vigilance-2.jpg)
vigilance-2
ଝାରସୁଗୁଡା/ଢେଙ୍କାନାଳ( ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୌର ନିର୍ବାହୀ ଅଧିକାରୀ ଓ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପଟେଲ ଓ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ବିଦ୍ୟାଧର ବେହେରାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପଟେଲଙ୍କ ଘରେ ଆଜି ଭିଜିଲାନ୍ସ ରେଡ ଚାଲିଛି। ପଟେଲଙ୍କ ଝାରସୁଗୁଡାସ୍ଥିତ କ୍ୱାର୍ଟର୍ସ ସମେତ ୬ଟି ସ୍ଥାନରେ ଏହି ରେଡ଼ ଚାଲିଛି।
/odisha-reporter/media/post_attachments/wp-content/uploads/2020/09/vigilance.jpg)
ପଟେଲଙ୍କ ପୈତୃକ ଘର କୁଲାବିରା ବ୍ଲକ ସମାସିଙ୍ଘା ବେଳମୁଣ୍ଡା, ବ୍ରଜରାଜନଗରରେ ଥିବା ମ୍ୟୁନିସିପାଲିଟି ଅଫିସ, ଝାରସୁଗୁଡା ସହରସ୍ଥିତ ବଢ଼େଇମୁଣ୍ଡାସ୍ଥିତ ଘର ଆଦି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ DSP ସୂଚନା ଦେଇଛନ୍ତି।
ସେହିପରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ବିଦ୍ୟାଧର ବେହେରାଙ୍କ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ରେଡ୍। ଢେଙ୍କାନାଳ ଅଫିସ୍, ଭୁବନେଶ୍ୱର ଓ ଭଦ୍ରକ ଘରେ ମଧ୍ୟ ରେଡ୍ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
