Advertisment

ମାତ୍ର ୬ ବର୍ଷ ଚାକିରିରେ ୬୦ ପ୍ଲଟ୍, କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ମାତ୍ର ୫ ବର୍ଷ ୧୦ ମାସର ଚାକିରି କାଳ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପାଲଟିଛନ୍ତି କୁବେର । ରେଗୁଲାର ହୋଇ  ନ ଥିବା ବେଳେ ଠୁଳ କରିଛନ୍ତି ଅଚାଳଚଳ ସମ୍ପତ୍ତି । କେବଳ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ରହିଛି ୬୦ଟି ପ୍ଲଟ।  ଚାକିରି ଜୀବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ଏପରି ଅମାପ ସମ୍ପତ୍ତିର ମାଲିକ ହେବାରେ ସକ୍ଷମ ହୋଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ […]

ଅଦ୍ୟତନ ହୋଇଛି
ମାତ୍ର ୬ ବର୍ଷ ଚାକିରିରେ ୬୦ ପ୍ଲଟ୍,  କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌

vigilace raid

Advertisment

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ମାତ୍ର ୫ ବର୍ଷ ୧୦ ମାସର ଚାକିରି କାଳ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପାଲଟିଛନ୍ତି କୁବେର । ରେଗୁଲାର ହୋଇ  ନ ଥିବା ବେଳେ ଠୁଳ କରିଛନ୍ତି ଅଚାଳଚଳ ସମ୍ପତ୍ତି । କେବଳ ସମ୍ବଲପୁରଦେବଗଡ଼ ଜିଲ୍ଲାରେ ରହିଛି ୬୦ଟି ପ୍ଲଟ।  ଚାକିରି ଜୀବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ଏପରି ଅମାପ ସମ୍ପତ୍ତିର ମାଲିକ ହେବାରେ ସକ୍ଷମ ହୋଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରା । ବିକାଶଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଆଜି ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି ।

Advertisment

ଆଜି  ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ କିଛି ଜମିଜମା କାଗଜପତ୍ର ଓ  ନଗଦ ୪ ଲକ୍ଷ ଟଙ୍କା ଓ  ସୁନାଗହଣା ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡ଼ି ଜବତ  ହୋଇଛି । ବିକାଶଙ୍କର ବଳମରେ ଦୁଇ ମହଲା କୋଠା ରହିଛି।

ବିକାଶ  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ  ହୋଇଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି।

Advertisment
Corrupt Govt Officials Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe