ଭିଜିଲାନ୍ସ ଜାଲରେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ

କେନ୍ଦୁଝର/ପୁରୀ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ସକାଳୁ ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍‌ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ […]

vigilance raid

Niharika Rout
  • Published: Tuesday, 10 August 2021
  • , Updated: 10 August 2021, 12:56 PM IST

କେନ୍ଦୁଝର/ପୁରୀ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ସକାଳୁ ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍‌ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

[caption id="attachment_665695" align="aligncenter" width="650"] କ୍ଷେତ୍ରବାସୀଙ୍କ ଘରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।[/caption]

ଏହାବାଦ ପୁରୀର  ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ହେଉଛି ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଛି। କୃଷ୍ଣଚନ୍ଦ୍ରଙ୍କ ପୁରୀ, ଭୁବନେଶ୍ୱରସ୍ଥିତ ବାସଭବନ ଓ ବ୍ରହ୍ମଗିରିସ୍ଥିତ ପୈତୃକ ଘରେ ରେଡ୍ ହେଉଛି। ।

ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

 

Related story