ଜଳେଶ୍ୱର(ଅଜିତ କୁମାର ଦାସ): ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଆଜି ସକାଳୁ ସକାଳୁ ପଶିଛି ଭିଜିଲାନ୍ସ ଟିମ୍ । ରାଜ୍ୟରେ ଏକକାଳୀନ ୬ଟି ଜାଗାରେ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି।
ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଆଜି ଭୋରରୁ କଟକ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ କରିଛନ୍ତି । ଭିଜିଲାନ୍ସ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି। ଏକା ସାଙ୍ଗରେ କଟକର ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଏବଂ ଅନ୍ୟ ଦୁଇଟି ଜାଗାରେ ମଧ୍ୟ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି ।
[caption id="attachment_742551" align="aligncenter" width="650"] ବିଡିଓଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ ଚାଲିଛି।[/caption]
ସୂଚନାଯୋଗ୍ୟ, ଅଶ୍ୱିନୀ କୁମାର ଦାସ ପୂର୍ବରୁ କେନ୍ଦ୍ରାପଡା ମହାକାଳପଡାରେ ବିଡ଼ିଓ ଥିଲେ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।