Advertisment

ସକାଳୁ ସକାଳୁ ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ଜାଗାରେ ଚାଲିଛି ରେଡ

ଜଳେଶ୍ୱର(ଅଜିତ କୁମାର ଦାସ): ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଆଜି ସକାଳୁ ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌ । ରାଜ୍ୟରେ ଏକକାଳୀନ  ୬ଟି ଜାଗାରେ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି। ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି […]

ଅଦ୍ୟତନ ହୋଇଛି
ସକାଳୁ ସକାଳୁ ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ଜାଗାରେ ଚାଲିଛି ରେଡ

bdo

Advertisment

ଜଳେଶ୍ୱର(ଅଜିତ କୁମାର ଦାସ): ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଆଜି ସକାଳୁ ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌ । ରାଜ୍ୟରେ ଏକକାଳୀନ  ୬ଟି ଜାଗାରେ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି।

Advertisment

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଆଜି ଭୋରରୁ କଟକ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍‌  ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ କରିଛନ୍ତି । ଭିଜିଲାନ୍ସ  ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି।  ଏକା ସାଙ୍ଗରେ କଟକର ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଏବଂ ଅନ୍ୟ  ଦୁଇଟି ଜାଗାରେ ମଧ୍ୟ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି ।

[caption id="attachment_742551" align="aligncenter" width="650"]raid ବିଡିଓଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ରେଡ ଚାଲିଛି।[/caption]

Advertisment

ସୂଚନାଯୋଗ୍ୟ, ଅଶ୍ୱିନୀ କୁମାର ଦାସ ପୂର୍ବରୁ କେନ୍ଦ୍ରାପଡା ମହାକାଳପଡାରେ ବିଡ଼ିଓ ଥିଲେ ।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe