Advertisment

ଆର୍‌ଏମ୍‌ସି ସଂପାଦକଙ୍କ ଠାରୁ ୨.୭୧ କୋଟିର ସଂପତ୍ତି ଠାବ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି (ରେଗୁଲେଟେଡ୍‌ ମାର୍କେଟ୍ କମିଟି) ସଂପାଦକ ବନମାଳି ନାଏକଙ୍କର ୨.୭୧ କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ବନମାଳିଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଠାରୁ ୨.୯୮ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ସେହିପରି ୨୧୭ ଗ୍ରାମ ସୁନା ଓ ୬୮୨ ଗ୍ରାମ ରୁପା […]

ଅଦ୍ୟତନ ହୋଇଛି
ଆର୍‌ଏମ୍‌ସି ସଂପାଦକଙ୍କ ଠାରୁ ୨.୭୧ କୋଟିର ସଂପତ୍ତି ଠାବ

House

Advertisment

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି (ରେଗୁଲେଟେଡ୍‌ ମାର୍କେଟ୍ କମିଟି) ସଂପାଦକ ବନମାଳି ନାଏକଙ୍କର ୨.୭୧ କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ବନମାଳିଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଠାରୁ ୨.୯୮ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ସେହିପରି ୨୧୭ ଗ୍ରାମ ସୁନା ଓ ୬୮୨ ଗ୍ରାମ ରୁପା ଗହଣା ଜବତ କରାଯାଇଛି, ଯାହାର ମୂଲ୍ୟ ୧୦.୪୫ ଲକ୍ଷ ଟଙ୍କା ହେବ। ବ୍ୟାଙ୍କ ଜମା ଓ ବୀମା ଜମା ବାବଦକୁ ବନମାଳି ନାଏକଙ୍କର ୬୨.୨୭ ଲକ୍ଷ ଟଙ୍କା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

ଏହା ସହିତ ତାଙ୍କର ଏକାଧିକ ଘର ଓ ପ୍ଳଟ୍‌ ଠାବ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ତାଳଶଙ୍କର (କେନ୍ଦୁପଡ଼ା) ମୌଜାରେ ବନମାଳିଙ୍କର ଏକ ୩ ମହଲା କୋଠା ରହିଛି, ଯାହାର ଦାମ ୧.୧୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ କହିଛି। ସେହି ତାଳଶଙ୍କର (କେନ୍ଦୁପଡ଼ା) ମୌଜାରେ ତାଙ୍କର ଆଉ ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୪୭.୭୦ ଲକ୍ଷ ଟଙ୍କାରୁ ଅଧିକ ହେବ। ତାଙ୍କ ଜନ୍ମସ୍ଥାନ ସୁନ୍ଦରଗଡ଼ ଜିଲ୍ଲାର କୁକୁରିଡ଼ିହିରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ସେହିପରି ସୁନ୍ଦରଗଡ଼ ସହର ଓ ଏହା ଆଖାପାଖରେ ତାଙ୍କର ୪ଟି ପ୍ଲଟ୍ ଥିବା ଭିଜିଲାନ୍ସ କହିଛି। ଏହି ପ୍ଳଟ୍ ଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ବାଦ୍ ବନମାଳିଙ୍କ ଠାରୁ ୨ଟି ଦୁଇ ଚକିଆ ଗାଡ଼ି ଓ ୧୪ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଜବତ କରାଯାଇଛି।

Advertisment

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଖୋଳତାଡ଼ ଜାରି ରହିଥିବାରୁ ଆଗାମୀ ଦିନରେ ବନମାଳିଙ୍କ ଆୟ ବହିର୍ଭୂତ ସଂପତ୍ତିର ପରିମାଣ ବୃଦ୍ଧି ପାଇପାରେ। ୫ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe