ଯାଜପୁର(ଓଡ଼ିଶା ରିପୋର୍ଟର): ଜିଏସଟି ବିଭାଗ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ବାଣିଜ୍ୟକର ଓ ଜିଏସଟି ବିଭାଗ,କଟକ କର୍ପୋରେଟ-୨ର ଅତିରିକ୍ତ କମିଶନର ପିୟୁଷ ପାଣିଙ୍କ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟାସନଗର, କଟକ, ଭୁବନେଶ୍ୱରର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ସୂଚନା ମିଳିଛି।
ବ୍ୟାସନଗର ସହରର ଚୋରଦା ଛକଠାରେ ଥିବା ପିୟୁଷ ପାଣିଙ୍କ ଘରେ ଆଜି ସକାଳୁ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଏହି ଚଢାଉରେ ଜଣେ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କର୍ମଚାରୀ ସାମିଲ ହୋଇଛନ୍ତି।
କଟକ ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ବିଭିନ୍ନ କାଗଜପତ୍ର, ଜମି ଓ ସମ୍ପତ୍ତିବାଡିର ତଥ୍ୟ ଆଦିର ଯାଞ୍ଚ କରୁଛି। ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ବିଭାଗୀୟ ଅଧିକାରୀ ମନା କରିଛନ୍ତି।
https://youtu.be/BTg5Kp5uhW8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।