Advertisment

ଭିଜିଲାନ୍ସ ପଞ୍ଝାରେ କୋଟିପତି ପ୍ରାଣୀଧନ ନିରୀକ୍ଷକ, ୯ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜଗନ୍ନାଥଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ପଞ୍ଝାରେ କୋଟିପତି ପ୍ରାଣୀଧନ ନିରୀକ୍ଷକ, ୯ଟି ସ୍ଥାନରେ ଚଢ଼ଉ

vigilance

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜଗନ୍ନାଥଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

Advertisment

ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର, ରଘୁନାଥପୁର ପୋଖରୀ ନିକଟରେ ଗୋଟିଏ ୧ ମହଲା ଘର, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।

ସେହିପରି କଳାରାହାଙ୍ଗ ସ୍ଥିତ ପଶୁ  ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲଆର୍କେଡର ୪୦୧ ନମ୍ବର ଫ୍ଲାଟ ଓ କଟକ ଜିଲ୍ଲା ବାଙ୍କୀର ଚାରିଘରିଆରେ ଥିବା ଗୋଟିଏ ଆଉଟ୍ ହାଉସରେ ଚଢ଼ଉ ଚାଲିଛି।

Advertisment

ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସଂପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ।

Vigilance Raid Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe