Advertisment

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଠାବ, ମିଳିଲା ୨୧ଟି ପ୍ଲଟ ସମେତ ୬ ଘର

ସୁନ୍ଦରଗଡ (ବିଜୟ ବରୁଆ): ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ତଦନ୍ତ ବେଳେ ଏହି ଅତିରିକ୍ତ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଶ୍ରୀ ପଟେଲଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ବେଳେ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ସମେତ ୨୧ଟି ପ୍ଲଟ ଠାବ ହୋଇଛି। ତାହା ସହ ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର, ୩ଟି ବାଇକ୍ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଠାବ, ମିଳିଲା ୨୧ଟି ପ୍ଲଟ ସମେତ ୬ ଘର

vigi

ସୁନ୍ଦରଗଡ (ବିଜୟ ବରୁଆ): ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ତଦନ୍ତ ବେଳେ ଏହି ଅତିରିକ୍ତ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି।

Advertisment

ଶ୍ରୀ ପଟେଲଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ବେଳେ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ସମେତ ୨୧ଟି ପ୍ଲଟ ଠାବ ହୋଇଛି। ତାହା ସହ ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର, ୩ଟି ବାଇକ୍ ଠାବ ହୋଇଛି। ସମସ୍ତ ଜମିଜମା ସୁନ୍ଦରଗଡ଼ ଅଞ୍ଚଳରୁ ଠାବ କରାଯାଇଛି। ବ୍ୟାଙ୍କ ଜମା, ବୀମା ଓ ଗହଣା ଆଦି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଟେଲଙ୍କ ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ଠିକଣାରେ ଚଢ଼ାଉ କରିଥିଲା। ଯାହା ଭିତରେ ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା ଘର, ଲେଫ୍ରିପଡ଼ାର ତିନି ମହଲା ଘର ଏବଂ ଡୁମାବାହାଲର ତିନିଟି ଘରେ ରେଡ୍ ଚାଲିଛି।

Advertisment

ସେପଟେ ହେମଗିରି ତହସିଲରେ ଶ୍ରୀ ପଟେଲ ଅତିରିକ୍ତ ତହସିଲଦାର ଥିବା ବେଳେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପରେ ଜମି ହରାଇଥିବା ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। କେବଳ ଜଣେ ହିତାଧିକାରୀଙ୍କର କ୍ଷତିପୂରଣ ବାବଦକୁ ମିଳୁଥିବା ୭୧ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଶ୍ରୀପଟେଲଙ୍କ ମତାମତ ମିଳିପାରିନି।