Vigilance
ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଆରଏମସି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ବନମାଳୀଙ୍କ ବାଲିଶଙ୍କରା ସ୍ଥିତ କୁକୁରିଡ଼ିହିରେ ଥିବା ପୈତୃକ ଘର, ସୁନ୍ଦରଗଡ଼ ଅଫିସ, ଶଙ୍କରା ସ୍ଥିତ ଦୁଇଟି ବାସ ଭବନ ଓ ଡେଙ୍ଗିଭାଡ଼ି ସ୍ଥିତ ଘରେ ଚଢ଼ାଉ କରାଯାଇଛି।
ବନମାଳୀଙ୍କ ଶଙ୍କରା ସ୍ଥିତ ଦୁଇଟି ବାସ ଭବନରୁ ଭିଜିଲାନ୍ସ ବିଭାଗ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାସହ ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରାଯାଇଛି।
ବନମାଳୀ ବହୁ ଦିନ ହେବ ଭିଜିଲାନ୍ସ ସ୍କାନରରେ ଥିଲେ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା।
ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/Untitled-1-5.jpg)