Advertisment

ଭିଜିଲାନ୍ସ ଜାଲରେ ଜେନେରାଲ୍ ମ୍ୟାନେଜର, ବାବୁଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ  ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ସନ୍ତୋଷଙ୍କ ସମ୍ବଲପୁର ପ୍ରଧାନପଡ଼ାରେ ଥିବା ଶକ୍ତିନଗର ବାସଭବନ, ବୁର୍ଲାରେ ଥିବା ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା ପୈତୃକ ବାସଭବନରେ  ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ  ତାଙ୍କୁ ଘରୁ ନଗଦ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ ଜେନେରାଲ୍ ମ୍ୟାନେଜର, ବାବୁଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା

Vigilance Raid

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ  ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି।

Advertisment

ସନ୍ତୋଷଙ୍କ ସମ୍ବଲପୁର ପ୍ରଧାନପଡ଼ାରେ ଥିବା ଶକ୍ତିନଗର ବାସଭବନ, ବୁର୍ଲାରେ ଥିବା ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା ପୈତୃକ ବାସଭବନରେ  ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

[caption id="attachment_719537" align="aligncenter" width="650"]Vugilance ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍[/caption]

Advertisment

ଚଢ଼ାଉ ବେଳେ  ତାଙ୍କୁ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା, ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌। ସନ୍ତୋଷଙ୍କ ଘରୁ ପୁରୁଣା ହଜାରେ ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି। ସନ୍ତୋଷ ପୂର୍ବରୁ  ବିଦ୍ୟୁତ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ।

ସନ୍ତୋଷ  ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌  ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ  ଚଢ଼ାଉ କରିଛି।

Vigilance Raid Corrupt Govt Officials