Advertisment

Pitabas Panda Murder Case: ପୁଣି ଡାକ୍ତରଖାନାରେ ଅଭିଯୁକ୍ତ ବିକ୍ରମ ପଣ୍ଡା

ବିକ୍ରମଙ୍କ ସହିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ବିଜେଡି ନେତା ମଦନ ଦଳେଇଙ୍କୁ ମଧ୍ୟ ଆଜି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଅଣାଯାଇଥିଲା। ତାଙ୍କୁ ଅସ୍ଥିଶଲ୍ୟ ବିଭାଗର ଆଉଟ୍‌ ଡୋରରେ ଦେଖାଯାଇଥିଲା।

author-image
Jitendra Garnayak
Vikram Panda

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମଙ୍ଗଳବାର ପୁଣି ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲ ଅଣାଯାଇଛି। ତାଙ୍କର ପିତ୍ତକୋଷରେ ଷ୍ଟୋନ ହୋଇଥିବା ବେଳେ ପାଇଲ୍‌ସ ସମସ୍ୟା ମଧ୍ୟ ଥିବା ଜଣାପଡ଼ିଛି। 

Advertisment

ଛାତି ଓ ତଳି ପେଟରେ ଯନ୍ତ୍ରଣା ଯୋଗୁ ଦୁଇ ଦିନ ତଳେ ଶ୍ରୀ ପଣ୍ଡାଙ୍କୁ ଏମ୍‌କେସିଜିକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ଦେଖିବା ପରେ ବିଭିନ୍ନ ପ୍ରକାରର ପରୀକ୍ଷା କରିଥିଲେ। ଆଜି ପୁଣି ପେଟରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଏମ୍‌କେସିଜି ଅଣାଯାଇ ସର୍ଜରୀ ବିଭାଗରେ ଦେଖାଯାଇଥିଲା। ସୂଚନା ଅନୁଯାୟୀ, ତାଙ୍କୁ ଆଡ୍‌ମିଟ୍ କରାଯାଇପାରେ।  

ବିକ୍ରମଙ୍କ ସହିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ବିଜେଡି ନେତା ମଦନ ଦଳେଇଙ୍କୁ ମଧ୍ୟ ଆଜି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଅଣାଯାଇଥିଲା। ତାଙ୍କୁ ଅସ୍ଥିଶଲ୍ୟ ବିଭାଗର ଆଉଟ୍‌ ଡୋରରେ ଦେଖାଯାଇଥିଲା। ଡାକ୍ତର ତାଙ୍କର ଏକ୍ସରେ କରିବାକୁ କହିଥିଲେ। ପୂର୍ବରୁ ଏମ୍‌କେସିଜିରେ ମଦନଙ୍କ ଗୋଡ଼ରେ ସର୍ଜରୀ ହୋଇଥିଲା।  

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ ପଣ୍ଡା ଓ ମଦନ ଦଳେଇ । ସେମାନଙ୍କ ସହିତ ଆହୁରି ୧୪ ଜଣ ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। 

କିଛି ଦିନ ତଳେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମଳୟ ବିଷୋୟୀ ଅସୁସ୍ଥ ହୋଇପଡ଼ିଥିଲେ। ଏମ୍‌କେସିଜିରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାଇବେଟିସ୍ ବଢ଼ି ଯାଇଥିବାରୁ ଓ ଗୋଡ଼ରେ ଏକ ଘା’ ହୋଇଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।   

ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗତ ମାସରେ ପୁଲିସ ୩୦ ହଜାର ପୃଷ୍ଠାର ଚାର୍ଜଶିଟ୍ ବ୍ରହ୍ମପୁର କୋର୍ଟରେ ଦାଖଲ କରିଛି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ସେହିମାସ ୨୧ ତାରିଖରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା।