Advertisment

ଯନ୍ତ୍ରୀଙ୍କ ଗେଟ ତାଡ଼ି ପଶିଲା ଭିଜିଲାନ୍ସ, ଗଦି ତଳୁ ପାଇଲା ୧୭ ଲକ୍ଷ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସର୍ଚ୍ଚ ୱାରେଣ୍ଟ ଦେଖାଇବା ସତ୍ତ୍ୱେ କବାଟ ଖୋଲିଲେନି ବାପପୁଅ। ଗେଟ୍‌ ଭାଙ୍ଗି ଘର ଭିତରେ ପଶିଲେ ଭିଜିଲାନ୍ସ ଟିମ୍‌। ରେଡ୍ ବେଳେ ଗଦି ତଳୁ କେବଳ ମିଳିଲା ୧୭ ଲକ୍ଷ ଟଙ୍କା। ବ୍ରହ୍ମପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ  ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର  […]

ଅଦ୍ୟତନ ହୋଇଛି
ଯନ୍ତ୍ରୀଙ୍କ ଗେଟ ତାଡ଼ି ପଶିଲା ଭିଜିଲାନ୍ସ, ଗଦି ତଳୁ ପାଇଲା ୧୭ ଲକ୍ଷ

vigilance

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସର୍ଚ୍ଚ ୱାରେଣ୍ଟ ଦେଖାଇବା ସତ୍ତ୍ୱେ କବାଟ ଖୋଲିଲେନି ବାପପୁଅ। ଗେଟ୍‌ ଭାଙ୍ଗି ଘର ଭିତରେ ପଶିଲେ ଭିଜିଲାନ୍ସ ଟିମ୍‌। ରେଡ୍ ବେଳେ ଗଦି ତଳୁ କେବଳ ମିଳିଲା ୧୭ ଲକ୍ଷ ଟଙ୍କା। ବ୍ରହ୍ମପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ଭିଜିଲାନ୍ସ ।

Advertisment

ଆଜି ସକାଳୁ ସକାଳୁ  ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର  ସମେତ  ବ୍ରହ୍ମପୁର, ଛତ୍ରପୁର ଆଦି  ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌।  ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍‌ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି । ବେଡ ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ ସେଠୀ  । ତାଙ୍କର ବ୍ରହ୍ମପୁର ଘରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଜବତ ହୋଇଛି  ।

[caption id="attachment_719053" align="aligncenter" width="650"]money ଜଗନ୍ନାଥଙ୍କ ଘରୁ ଜବତ ପୁଳା ପୁଳା ଟଙ୍କା।[/caption]

Advertisment

ଆୟ  ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ତେବେ ଜଗନ୍ନାଥ ଓ ତାଙ୍କ ପୁଅଙ୍କ ଅସହଯୋଗ ହେତୁ ଉଭୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ଭିଜିଲାନ୍ସ।

Corrupt Govt Officials Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe