Advertisment

ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଆସିଲା ପାଣି, କଲବଲ ହେଲେ ଲୋକେ

ନୂଆପଡ଼ା (ଓଡ଼ିଶା ରିପୋର୍ଟର):ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଆସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ ଜଳାର୍ଣ୍ଣବ ହୋଇଗଲା। ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ନୂଆପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପଶି ଆସିଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଚାଷ ଜମି, ଗାଁ ଭିତରେ ଜମା ହୋଇଛି ଆଣ୍ଠୁଏ ପାଣି। ଯାହାଦ୍ୱାରା ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଥିବା ଅଭିଯୋଗ […]

ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଆସିଲା ପାଣି, କଲବଲ ହେଲେ ଲୋକେ

WATER

Advertisment

ନୂଆପଡ଼ା (ଓଡ଼ିଶା ରିପୋର୍ଟର):ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଆସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ ଜଳାର୍ଣ୍ଣବ ହୋଇଗଲା। ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ।

Advertisment

ନୂଆପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପଶି ଆସିଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଚାଷ ଜମି, ଗାଁ ଭିତରେ ଜମା ହୋଇଛି ଆଣ୍ଠୁଏ ପାଣି। ଯାହାଦ୍ୱାରା ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ କ୍ଷତିପୂରଣ ଦିଆଯାଇ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଲୋୟର ଇନ୍ଦ୍ର ପ୍ରକଳ୍ପରେ ପାଣିର ପରିମାଣ ବଢ଼ିଥିବା ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe