ପ୍ରଶାସନର ବିଚିତ୍ର ନ୍ୟାୟ: ମହରଗରୁ ଯାଇ କାନ୍ତାରେ ପଡ଼ିଲେ ଗ୍ରାମବାସୀ 

<p>ନୂଆପଡ଼ା: ଦୁଇ ଗାଁ ମଝିରେ ଥିବା ନାଳରେ ବ୍ରିଜ୍ ହେବ ଏବଂ ଲୋକଙ୍କର ଅସୁବିଧା ସବୁ ଦୂର ହେବ ଏହି ଆଶା ରଖିଥିଲେ ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଗାଁ ଲୋକେ। ହେଲେ ବ୍ରିଜ୍ କାମ ଆରମ୍ଭ ହେବାର ୮ ବର୍ଷ ବିତିବା ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରୁନି। ସେପଟେ କାମ ଶୀଘ୍ର ଶେଷ ହେବ ବୋଲି କଥା ଦେଇଛନ୍ତି କୋମନା ବିଡ଼ିଓ।</p> <p>ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଏବଂ ଦର୍ଲିପାଲି ଗାଁ ମଝିରେ ଥିବା ଅର୍ଜୁନ୍ ଝରିଆ ନାଳ। ଲୋକେ ଏହି ନାଳ ପାରି ହୋଇ ବଜାରକୁ ଯିବାଆସିବା କରନ୍ତି। ଲୋକଙ୍କ ସୁବିଧା ଲାଗି ୮ ବର୍ଷତଳୁ ଏହି ନାଳ ଉପରେ ବ୍ରିଜ୍ କାମ ଆରମ୍ଭ ହୋଇଥିଲା। କିନ୍ତୁ ଏଯାବତ୍ ବ୍ରିଜ ସମ୍ପୂର୍ଣ୍ଣ ତିଆରି ହୋଇପାରିଲା ନାହିଁ। ଏଥିପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବ୍ରିଜ କାମ ପାଇଁ ଯେଉଁ ଗାତ ଖୋଳାଯାଇଛି, ସେଥିରେ ପାଣି ଜମୁଥିବାରୁ ଯିବାଆସିବାରେ ଅଧିକ ସମସ୍ୟା ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଟଙ୍କା ଆସିଲେ ବ୍ରିଜ କାମ ପୁରା ହେବ ବୋଲି କହିଛନ୍ତି କୋମନା ବିଡ଼ିଓ।</p>

Ordigital Desk
  • Published: Tuesday, 03 October 2017
  • Updated: 03 October 2017, 03:03 PM IST

Sports

Latest News

<p>ନୂଆପଡ଼ା: ଦୁଇ ଗାଁ ମଝିରେ ଥିବା ନାଳରେ ବ୍ରିଜ୍ ହେବ ଏବଂ ଲୋକଙ୍କର ଅସୁବିଧା ସବୁ ଦୂର ହେବ ଏହି ଆଶା ରଖିଥିଲେ ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଗାଁ ଲୋକେ। ହେଲେ ବ୍ରିଜ୍ କାମ ଆରମ୍ଭ ହେବାର ୮ ବର୍ଷ ବିତିବା ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରୁନି। ସେପଟେ କାମ ଶୀଘ୍ର ଶେଷ ହେବ ବୋଲି କଥା ଦେଇଛନ୍ତି କୋମନା ବିଡ଼ିଓ।</p><p>ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଏବଂ ଦର୍ଲିପାଲି ଗାଁ ମଝିରେ ଥିବା ଅର୍ଜୁନ୍ ଝରିଆ ନାଳ। ଲୋକେ ଏହି ନାଳ ପାରି ହୋଇ ବଜାରକୁ ଯିବାଆସିବା କରନ୍ତି। ଲୋକଙ୍କ ସୁବିଧା ଲାଗି ୮ ବର୍ଷତଳୁ ଏହି ନାଳ ଉପରେ ବ୍ରିଜ୍ କାମ ଆରମ୍ଭ ହୋଇଥିଲା। କିନ୍ତୁ ଏଯାବତ୍ ବ୍ରିଜ ସମ୍ପୂର୍ଣ୍ଣ ତିଆରି ହୋଇପାରିଲା ନାହିଁ। ଏଥିପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବ୍ରିଜ କାମ ପାଇଁ ଯେଉଁ ଗାତ ଖୋଳାଯାଇଛି, ସେଥିରେ ପାଣି ଜମୁଥିବାରୁ ଯିବାଆସିବାରେ ଅଧିକ ସମସ୍ୟା ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଟଙ୍କା ଆସିଲେ ବ୍ରିଜ କାମ ପୁରା ହେବ ବୋଲି କହିଛନ୍ତି କୋମନା ବିଡ଼ିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos