bridge
ନୂଆପଡ଼ା: ଦୁଇ ଗାଁ ମଝିରେ ଥିବା ନାଳରେ ବ୍ରିଜ୍ ହେବ ଏବଂ ଲୋକଙ୍କର ଅସୁବିଧା ସବୁ ଦୂର ହେବ ଏହି ଆଶା ରଖିଥିଲେ ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଗାଁ ଲୋକେ। ହେଲେ ବ୍ରିଜ୍ କାମ ଆରମ୍ଭ ହେବାର ୮ ବର୍ଷ ବିତିବା ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରୁନି। ସେପଟେ କାମ ଶୀଘ୍ର ଶେଷ ହେବ ବୋଲି କଥା ଦେଇଛନ୍ତି କୋମନା ବିଡ଼ିଓ।
ନୂଆପଡ଼ା ଜିଲ୍ଲା କୋଦୋପଡ଼ା ଏବଂ ଦର୍ଲିପାଲି ଗାଁ ମଝିରେ ଥିବା ଅର୍ଜୁନ୍ ଝରିଆ ନାଳ। ଲୋକେ ଏହି ନାଳ ପାରି ହୋଇ ବଜାରକୁ ଯିବାଆସିବା କରନ୍ତି। ଲୋକଙ୍କ ସୁବିଧା ଲାଗି ୮ ବର୍ଷତଳୁ ଏହି ନାଳ ଉପରେ ବ୍ରିଜ୍ କାମ ଆରମ୍ଭ ହୋଇଥିଲା। କିନ୍ତୁ ଏଯାବତ୍ ବ୍ରିଜ ସମ୍ପୂର୍ଣ୍ଣ ତିଆରି ହୋଇପାରିଲା ନାହିଁ। ଏଥିପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବ୍ରିଜ କାମ ପାଇଁ ଯେଉଁ ଗାତ ଖୋଳାଯାଇଛି, ସେଥିରେ ପାଣି ଜମୁଥିବାରୁ ଯିବାଆସିବାରେ ଅଧିକ ସମସ୍ୟା ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପରେ ଟଙ୍କା ଆସିଲେ ବ୍ରିଜ କାମ ପୁରା ହେବ ବୋଲି କହିଛନ୍ତି କୋମନା ବିଡ଼ିଓ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us