ପୁଲିସକୁ ପିଟିଲେ ଗାଁ ଲୋକେ

କନ୍ଧମାଳ(ତ୍ରିନାଥ ସାହୁ): ନକଲି ଭାବି ଅସଲିକୁ ପିଟିଦେଲେ । ଚିହ୍ନିନପାରି ପୁଲିସକୁ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ । କନ୍ଧମାଳ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ ଘଟିଛି ଏଭିଳି କିଛି ଘଟଣା। ଗାଁକୁ ଗଞ୍ଜେଇ ରେଡ୍ କରିବାକୁ ଯାଇଥିବା କ୍ରାଇମବ୍ରାଂଚ ଏସଟିଏଫକୁ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି । ସଦର ଥାନା ପୁଲିସ ଖବର ପାଇ ଏସଟିଏଫର ୭ ଜଣିଆ ଟିମକୁ ଉଦ୍ଧାର କରିଛି । ପ୍ରାଥମିକ ଚିକିତ୍ସାପରେ ସେମାନେ ଭୁବେନଶ୍ୱର ଫେରି ଆସିଛନ୍ତି […]

STF-1

STF-1

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 03:12 PM IST

Sports

Latest News

କନ୍ଧମାଳ(ତ୍ରିନାଥ ସାହୁ): ନକଲି ଭାବି ଅସଲିକୁ ପିଟିଦେଲେ । ଚିହ୍ନିନପାରି ପୁଲିସକୁ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ । କନ୍ଧମାଳ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ ଘଟିଛି ଏଭିଳି କିଛି ଘଟଣା। ଗାଁକୁ ଗଞ୍ଜେଇ ରେଡ୍ କରିବାକୁ ଯାଇଥିବା କ୍ରାଇମବ୍ରାଂଚ ଏସଟିଏଫକୁ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି । ସଦର ଥାନା ପୁଲିସ ଖବର ପାଇ ଏସଟିଏଫର ୭ ଜଣିଆ ଟିମକୁ ଉଦ୍ଧାର କରିଛି । ପ୍ରାଥମିକ ଚିକିତ୍ସାପରେ ସେମାନେ ଭୁବେନଶ୍ୱର ଫେରି ଆସିଛନ୍ତି ।

ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏସଟିଏଫ୍ କାକେନ୍ଦ୍ରୀ ଗାଁକୁ ଗଞ୍ଜେଇ ରେଡ୍ କରିବାକୁ ଯାଇଥିଲା। ସେତେବେଳେ ଗ୍ରାମବାସୀ ଚିହ୍ନ ନପାରି ସେମନାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏଥିସହ ସେମନାଙ୍କୁ ୩ ଘଣ୍ଟା କାଳ ଅଟକ ରଖିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳକୁ ଯାଇ ଏସଟିଏଫ ଟିମଙ୍କୁ ଉଦ୍ଧାର କରିଛି । ତେବେ ପୂରା ଘଟଣା ସମ୍ପର୍କରେ କନ୍ଧମାଳ ସଦର ଥାନା ପୁଲିସ କିମ୍ବା ଏସଟିଏଫ ଟିମର ପ୍ରତିକ୍ରିୟା ମିଳି ପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos