Advertisment

ମୃତଦେହ ଧରି ୧୮ ଘଣ୍ଟା ଧାରଣାରେ ବସିଲେ ଗ୍ରାମବାସୀ, ଶେଷରେ...

ସୋନପୁର(ରବୀନ୍ଦ୍ର ହୋତା):ସୋନପୁର ଜିଲ୍ଲା ବୀରମହାରାଜପୁରର ନାୟକପଡା ଛକ ନିକଟରେ ଗତକାଲି ଏକ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦୀର୍ଘ ୧୮ ଘଣ୍ଟା କାଳ ରାସ୍ତା ଉପରେ ବସି ରହିଥିବା ବେଳେ ଶେଷରେ ଆଜି ମଧ୍ୟାହ୍ନ ପରେ ରାସ୍ତାରୋକ ହଟିଛି । ବସ୍‌ ମାଲିକ ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ  ଶହ ଶହ ଯାନବାହନ ରାସ୍ତାର ଉଭୟ […]

ଅଦ୍ୟତନ ହୋଇଛି
ମୃତଦେହ ଧରି ୧୮ ଘଣ୍ଟା ଧାରଣାରେ ବସିଲେ ଗ୍ରାମବାସୀ, ଶେଷରେ...

road-block

Advertisment

ସୋନପୁର(ରବୀନ୍ଦ୍ର ହୋତା):ସୋନପୁର ଜିଲ୍ଲା ବୀରମହାରାଜପୁରର ନାୟକପଡା ଛକ ନିକଟରେ ଗତକାଲି ଏକ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦୀର୍ଘ ୧୮ ଘଣ୍ଟା କାଳ ରାସ୍ତା ଉପରେ ବସି ରହିଥିବା ବେଳେ ଶେଷରେ ଆଜି ମଧ୍ୟାହ୍ନ ପରେ ରାସ୍ତାରୋକ ହଟିଛି । ବସ୍‌ ମାଲିକ ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ  ଶହ ଶହ ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ବେଳେ ନାହିଁ ନ ଥିବା ହଇରାଣ ହୋଇଥିଲେ ଅସଂଖ୍ୟ ଯାତ୍ରୀ ।

Advertisment

[caption id="attachment_740008" align="aligncenter" width="650"]bus ଦୁର୍ଘଟଣା ପରେ ଓଲଟି ପଡ଼ିଥିବା ବସ୍‌ ।[/caption]

ଗତକାଲି ସନ୍ଧ୍ୟା ୬ ଟା ସମୟରେ ନାୟକପଡା ଗାଁର ୩୨ ବର୍ଷୀୟ ଅଭି ସାହୁ ନିଜ ବାଇକ୍‌ ସହ ଗାଁ ଛକରେ ଛିଡ଼ା ହୋଇଥିଲେ।।  ଏହି ସମୟରେ ‘ପତି’ ନାମକ ଏକ ଯାତ୍ରୀବାହି ବସ  ସମ୍ବଲପୁରରୁ ବୀରମହାରାଜପୁର ଅଭିମୁଖେ ଯାଉଥିଲା। ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଅଭିଙ୍କୁ ଧକ୍କା ଦେଇ ବିଲରେ ଓଲଟି ପଡ଼ିଥିଲା।  ଘଟଣାସ୍ଥଳରେ ଅଭିଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ବସ୍‌ରେ ପ୍ରାୟ ୬୦ ଯାତ୍ରୀ ଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ବସ୍‌ ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦିଆଯାଇଥିଲା।

Advertisment

[caption id="attachment_740009" align="aligncenter" width="650"]sonapur ରାସ୍ତାରେ ଲମ୍ବି ରହିଥିବା ଗାଡ଼ି ।[/caption]

ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଶତାଧୀକ ଲୋକ ରୁଣ୍ଡ ହୋଇ ଗତ ସନ୍ଧ୍ୟାରୁ ରାସ୍ତା ଅବରୋଧ କରିଥିଲେ। ମୃତକ ଖୁବ୍‌ ଗରୀବ ହୋଇଥିବା ବେଳେ ତାଙ୍କର ୨ ଛୋଟ ଛୁଆ ଅଛନ୍ତି। ତେଣୁ ତାଙ୍କ ପରିବାରକୁ କ୍ଷତିପୁରଣ ଦାବୀରେ ଗ୍ରାମବାସୀ ଅଡ଼ି ବସିବା ସହ ଗତ ସନ୍ଧ୍ୟାରୁ ସମ୍ବଲପୁର-ସୋନପୁର' ବୀରମହାରାଜପୁର ରାସ୍ତାକୁ ନାୟକପଡା ଛକରେ ଅବରୋଧ କରି ରଖିଥିଲେ। ମାତ୍ର ୧୮  ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେବି   କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ବସ୍‌ ମାଲିକ ପହଞ୍ଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ କ୍ଷତିପୂରଣ ଦେବାକୁ ରାଜି ହେବାରୁ ରାସ୍ତାରୋକ ହଟିଥିବା ଜଣାଯାଇଛି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe