Advertisment

ଛେଳି ଚୋରକୁ ଉତ୍ତମ ମଧ୍ୟମ ଦେଲେ ଗାଁ ଲୋକେ

ସାଲେପୁର(ମନୋଜ ଆଚାର୍ଯ୍ୟ): ଛେଳି ଚୋରି କରିବାକୁ ଆସି ଇଲ୍ରେକ୍ଟ୍ରି ଖୁଣ୍ଟରେ ବନ୍ଧା ହେଲା ଚୋର । ଉତ୍ତମ ମଧ୍ୟମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଧର୍ମାଗତପୁର ଗାଁରେ। ଗତକାଲି ବିଳମ୍ୱିତ ରାତିରେ ୫ରୁ ଅଧିକ ଚୋର ଗୋରୁ ଓ ଛେଳି ଚୋରି କରିବା ପାଇଁ ଗାଁକୁ ଆସିଥିଲେ।  ସେମାନେ ଗାଁର ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ଗୁହାଳରେ ପଶି ତାଙ୍କ ଛେଳିକୁ ନେଇ ପଳାଇ ଯାଉଥିଲେ। ଏହି […]

ଛେଳି ଚୋରକୁ ଉତ୍ତମ ମଧ୍ୟମ ଦେଲେ ଗାଁ ଲୋକେ

salepur

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): ଛେଳି ଚୋରି କରିବାକୁ ଆସି ଇଲ୍ରେକ୍ଟ୍ରି ଖୁଣ୍ଟରେ ବନ୍ଧା ହେଲା ଚୋର । ଉତ୍ତମ ମଧ୍ୟମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଧର୍ମାଗତପୁର ଗାଁରେ।

Advertisment

ଗତକାଲି ବିଳମ୍ୱିତ ରାତିରେ ୫ରୁ ଅଧିକ ଚୋର ଗୋରୁ ଓ ଛେଳି ଚୋରି କରିବା ପାଇଁ ଗାଁକୁ ଆସିଥିଲେ।  ସେମାନେ ଗାଁର ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ଗୁହାଳରେ ପଶି ତାଙ୍କ ଛେଳିକୁ ନେଇ ପଳାଇ ଯାଉଥିଲେ। ଏହି ସମୟରେ ଗୋବିନ୍ଦ ଉଠିଯିବାରୁ ଚୋର ଚୋର କହି ଚିତ୍କାର କରିଥିଲେ। ଏଥିରେ ଭୟଭୀତ ହୋଇ ଉକ୍ତ ଚୋରମାନେ ଛେଳି ଛାଡ଼ି ଦୌଡ଼ି ପଳାଉଥିଲେ।

ତେବେ ଗାଁଲୋକେ ଉଠି ଯାଇ ଚୋରମାନଙ୍କୁ ଗୋଡ଼ାଇ ସେମାନଙ୍କ ଭିତରୁ ଜଣକୁ ଧରି ପକାଇଥିଲେ। ଉକ୍ତ ଚୋରକୁ ଗାଁ ମଝିରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ବେଶ ଉତ୍ତମ ମଧ୍ୟମ ଦେବା ପରେ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ସାଲେପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାରେ ରଖି ପଚରାଉଚରା କରୁଛି। ଧରା ପଡ଼ିଥିବା ଚୋରର ନାଁ ତାହୀଦ । ତା’ ଘର ସ୍ଥାନୀୟ ରସୁଲପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପୁଲିସ୍‌ ଜାଲ ବିଛାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe