Advertisment

ଓଲଟା ଚିତ୍ର; ଟଙ୍କା ଆଦାୟ କରି କଂଗ୍ରେସ ନେତାଙ୍କୁ ଦେଲେ ଗାଁ ଲୋକେ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ନିର୍ବାଚନ ଆସିଲେ ଗାଁ ଗଣ୍ଡାରେ ଭୋଜିଭାତ ଓ ଟଙ୍କା ବଣ୍ଟା ହୁଏ! ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରାର୍ଥୀ ଆପଣାନ୍ତି ଏହି ଉପାୟ। କିନ୍ତୁ ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଗାଁ ଲୋକେ ଟଙ୍କା ଆଦାୟ କରି ଜଣେ ପ୍ରାର୍ଥୀଙ୍କୁ ଦେଇଛନ୍ତି। ପ୍ରାର୍ଥୀ ଜଣକ ପୁଣି କଂଗ୍ରେସ ଟିକଟରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଛିଡ଼ା ହୋଇଛନ୍ତି। ଆଉ ଏହି ଖବରଟି ଆଜି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର […]

ଅଦ୍ୟତନ ହୋଇଛି
ଓଲଟା ଚିତ୍ର; ଟଙ୍କା ଆଦାୟ କରି କଂଗ୍ରେସ ନେତାଙ୍କୁ ଦେଲେ ଗାଁ ଲୋକେ

congress

Advertisment

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ନିର୍ବାଚନ ଆସିଲେ ଗାଁ ଗଣ୍ଡାରେ ଭୋଜିଭାତ ଓ ଟଙ୍କା ବଣ୍ଟା ହୁଏ! ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରାର୍ଥୀ ଆପଣାନ୍ତି ଏହି ଉପାୟ। କିନ୍ତୁ ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଗାଁ ଲୋକେ ଟଙ୍କା ଆଦାୟ କରି ଜଣେ ପ୍ରାର୍ଥୀଙ୍କୁ ଦେଇଛନ୍ତି। ପ୍ରାର୍ଥୀ ଜଣକ ପୁଣି କଂଗ୍ରେସ ଟିକଟରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଛିଡ଼ା ହୋଇଛନ୍ତି। ଆଉ ଏହି ଖବରଟି ଆଜି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ବୀରମହାରାଜପୁର ବ୍ଲକ୍‌ ଜୋନ୍‌-୨ର ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ରାଜଗୋପାଲ ପାଣିଗ୍ରାହୀ। ଆଜି ସେ ନିର୍ବାଚନ ପ୍ରଚାର କରିବା ପାଇଁ ବୁଠିପଦର ଗାଁକୁ ଯାଇଥିଲେ। ଗାଁ ଲୋକେ ତାଙ୍କ ଆଗରେ ଏକ ପ୍ରସ୍ତାବ ରଖିଥିଲେ। ଗ୍ରାମଦେବୀଙ୍କ ମନ୍ଦିର ମରାମତି କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଶ୍ରୀ ପାଣିଗ୍ରାହୀ ଅସହାୟତା ପ୍ରକାଶ କରିଥିଲେ। ଆଉ କହିଥିଲେ, ମନ୍ଦିର ମରାମତି ପାଇଁ ଟଙ୍କା କେଉଁଠୁ ପାଇବି? ମୋ ପାଖରେ ଟଙ୍କା ନାହିଁ। ଦଳ ମଧ୍ୟ ମୋତେ ଟଙ୍କା ଦେଉନାହିଁ। ମୁଁ କେବଳ ନିର୍ବାଚନ ଲଢ଼ୁଛି। ଯଦି ଇଚ୍ଛା ଅଛି ଆପଣମାନେ ମୋତେ ଭୋଟ୍‌ ଦିଅନ୍ତୁ, ନହେଲେ ଭୋଟ୍‌ ନଦେବେ ବୋଲି ଶ୍ରୀ ପାଣିଗ୍ରାହୀ ଗାଁ ଲୋକଙ୍କୁ କହିଥିଲେ।

କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କଠାରୁ ଏପରି କଥା ଶୁଣିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ଗାଁ ଲୋକେ। ଆଉ ତା’ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଏଥିପାଇଁ ଗାଁ ଦାଣ୍ଡରେ ଗୋଟିଏ ଗାମୁଛା ବିଛା ଯାଇଥିଲା। ଗାଁର ଯିଏ ଯାହା ପାରିଲା ଆର୍ଥିକ ସହାୟତା ସେହି ଗାମୁଛାରେ ପକାଇଲା। ଗାଁର ପ୍ରାୟତଃ ସବୁ ଲୋକ ସହାୟତା ଦେଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ଗାଁ ଗାଁରେ ନେତାମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହେଉଥିବା ବେଳେ ଏଠି କିନ୍ତୁ ଓଲଟା ଚିତ୍ର ଆସିଛି। ଗାଁ ଲୋକମାନେ ଟଙ୍କା ଆଦାୟ କରି ନେତାଙ୍କୁ ଦେଉଥିବା ଘଟଣା ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଗାଁ ଲୋକଙ୍କ ଏପରି ଅବଦାନକୁ ନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ରାଜ୍ୟରେ ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଛି। ଏଠାରୁ ବିଧାୟକ ଭାବେ ତିନି ତିନି ଥର ନିର୍ବାଚନିତ ହୋଇଛନ୍ତି ପଦ୍ମନାଭ ବେହେରା। ଏବେ ସେ ମନ୍ତ୍ରୀ ଅଛନ୍ତି। ଏହା ସତ୍ତ୍ୱେ ବୁଠିପଦର ଗାଁରେ ଗ୍ରାମ ଦେବୀଙ୍କ ମନ୍ଦିର ହୋଇପାରୁ ନାହିଁ। ଇଏ ହେଉଛି ଦୁର୍ଭାଗ୍ୟର କଥା।”

Candidates In Focus Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe