Advertisment

ନକ୍ସଲଙ୍କ ଦ୍ୱାରା ନିର୍ମିତ ୨୦ରୁ ଅଧିକ ସହିଦ ସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳ ତଥା ମାଥିଲି, କାଲିମେଳା ଓ ଖାଇରପୁଟ ଭଳି ବ୍ଲକରେ ନକ୍ସଲଙ୍କ ଦ୍ଵାରା ନିଜ ମୃତ କମ୍ରେଡ଼ମାନଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ୨୦ରୁ ଉର୍ଦ୍ଧ୍ବ ସହିଦସ୍ତମ୍ଭଗୁଡିକକୁ ସ୍ଥାନୀୟ ଗ୍ରାମବାସୀମାନେ ଧ୍ୱଂସ କରି ଦେଇଛନ୍ତି।

author-image
Jitendra Garnayak
Naxal

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳ ତଥା ମାଥିଲି, କାଲିମେଳା ଓ ଖାଇରପୁଟ ଭଳି ବ୍ଲକରେ ନକ୍ସଲଙ୍କ ଦ୍ଵାରା ନିଜ ମୃତ କମ୍ରେଡ଼ମାନଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ୨୦ରୁ ଉର୍ଦ୍ଧ୍ବ ସହିଦସ୍ତମ୍ଭଗୁଡିକକୁ ସ୍ଥାନୀୟ ଗ୍ରାମବାସୀମାନେ ଧ୍ୱଂସ କରି ଦେଇଛନ୍ତି।

Advertisment

ଏହି ଅଂଚଳମାନଙ୍କରେ ନକ୍ସଲ ଗତିବିଧି କମିଥିବା ବେଳେ ଶାନ୍ତି ଫେରିଛି। ସରକାରଙ୍କ ତରଫରୁ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ମାଲକାନଗିରି ପୁଲିସ ତରଫରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି। ଜିଲ୍ଲା ଏକପ୍ରକାର ନକ୍ସଲ ମୁକ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। 

ନକ୍ସଲ ଗଲେ କିନ୍ତୁ ସ୍ମାରକୀ ଛାଡ଼ିଗଲେ। ନକ୍ସଲଙ୍କ କୌଣସି ଚିହ୍ନକୁ ଗ୍ରାମବାସୀ ରଖିବାକୁ ଚାହୁଁନାହାନ୍ତି। ତେଣୁ ଜିଲ୍ଲାରେ ଶାନ୍ତି ପାଇଁ ଆଉ ନକ୍ସଲଙ୍କ କୌଣସି ସ୍ମାରକୀ ଆଉ ରଖାଯିବ ନାହିଁ ଵୋଲି ଲୋକେ ଚିନ୍ତା କରି ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡିଛି।

Advertisment