Advertisment

ଉପଜିଲ୍ଲାପାଳଙ୍କୁ ପୋକରା ଛତୁଆ ପ୍ୟାକେଟ୍‌ ଉପହାର ଦେଲେ ଗାଁ ଲୋକ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦୀର୍ଘ ଦିନ ଧରି ଗାଁର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ଦିଆଯାଉଥିଲା ପୋକରା ଛତୁଆ। ଏନେଇ ଅଭିଯୋଗ କଲେ କେହି ଶୁଣୁନଥିଲେ। ସବୁଆଡୁ ନିରାଶ ହେବା ପରେ ଆଜି ଗାଁ ଲୋକେ ଉପଜିଲ୍ଲାପାଳଙ୍କୁ ଭେଟି ଦୁଇଟି ପୋକରା ଛୁତୁଆ ପ୍ୟାକେଟ୍‌ ଉପହାର ଦେଇଛନ୍ତି। ଆଉ ପୋକଡ଼ା ଛତୁଆ ବଣ୍ଟନ କରୁଥିବା ସ୍ୱୟଂସହାୟଗ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜଗଦଳପୁର ପଞ୍ଚାୟତରେ […]

ଅଦ୍ୟତନ ହୋଇଛି
ଉପଜିଲ୍ଲାପାଳଙ୍କୁ ପୋକରା ଛତୁଆ ପ୍ୟାକେଟ୍‌ ଉପହାର ଦେଲେ ଗାଁ ଲୋକ

Ganjam

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦୀର୍ଘ ଦିନ ଧରି ଗାଁର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ଦିଆଯାଉଥିଲା ପୋକରା ଛତୁଆ। ଏନେଇ ଅଭିଯୋଗ କଲେ କେହି ଶୁଣୁନଥିଲେ। ସବୁଆଡୁ ନିରାଶ ହେବା ପରେ ଆଜି ଗାଁ ଲୋକେ ଉପଜିଲ୍ଲାପାଳଙ୍କୁ ଭେଟି ଦୁଇଟି ପୋକରା ଛୁତୁଆ ପ୍ୟାକେଟ୍‌ ଉପହାର ଦେଇଛନ୍ତି। ଆଉ ପୋକଡ଼ା ଛତୁଆ ବଣ୍ଟନ କରୁଥିବା ସ୍ୱୟଂସହାୟଗ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ।

Advertisment

ଜଗଦଳପୁର ପଞ୍ଚାୟତରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ବଣ୍ଟା ଯାଉଥିବା ଛତୁଆରେ ପୋକ ସାଲୁବାଲୁ। ଦୀର୍ଘ ୫ରୁ ୭ ବର୍ଷ ହେଲା ଏପରି ଛତୁଆ ବଣ୍ଟା ଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଜଗଦଳପୁର ଗ୍ରାମପଞ୍ଚାୟତ ବାସୀ ଆଜି ଏନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ଉପଜିଲ୍ଲାପାଳ ନଥିବାରୁ ଡେପୁଟି କଲେକ୍ଟରଙ୍କୁ ଦୁଇ ପ୍ୟାକେଟ୍‌ ପୋକରା ଛତୁଆ ଗାଁ ଲୋକେ ପ୍ରଦାନ କରିଛନ୍ତି। ଛତୁଆରେ ଯଦି ପୋକ ବାହାରେ, ତାହାହେଲେ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂସହାୟକ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା ଅନୁସାରେ ଅଧିକାରୀମାନେ ଅଚାନକ ଯାଇ ଯାଞ୍ଚ କଲେ ସତ୍ୟତା ଜଣାପଡ଼ନ୍ତା। କିନ୍ତୁ ତାହା ନକରି ଆଗରୁ ଭିତିରିଆ ସୂଚନା ଦେଇ ଯାଉଥିବାରୁ ସେମାନେ ଭଲ ଛତୁଆ ପ୍ୟାକିଂ କରି ଦେଖାଉଛନ୍ତି। ଆଉ ଯାଞ୍ଚ ସରିବା ପରେ ପୂର୍ବ ଭଳି ପୋକଡ଼ା ଛତୁଆ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

Advertisment

ଗାଁର ସୀମାଞ୍ଚଳ ଡ଼ାକୁଆ କହିଛନ୍ତି, ଆମ ଗାଁରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ପୋକରା ଛତୁଆ ଦିଆଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଛତୁଆରୁ ପୋକ ବାହାରୁଥିବାରୁ କେହି ଖାଉନାହାନ୍ତି। ତେଣୁ ଛତୁଆକୁ ଚଲାଇ ଗାଈକୁ ଖାଇବାକୁ ଦେଉଛୁ। ଏ ସମ୍ପର୍କରେ ଅଙ୍ଗନବାଡି ଦିଦିଙ୍କୁ ପଚାରିଲେ, ସେ କହୁଛନ୍ତି ଯାହା ଆସୁଛି ଆମେ ତାହା ଦେଉଛୁ। ନେଲେ ନିଅନ୍ତୁ, ନହେଲେ ଫିଙ୍ଗିଦିଅ ବୋଲି ଅଙ୍ଗନବାଡ଼ି ଦିଦି କହୁଛନ୍ତି। ସେଥିପାଇଁ ଆଜି ଉପଜିଲ୍ଲାପାଳଙ୍କୁ ସେହି ପୋକଡ଼ା ଛତୁଆ ପ୍ରଦାନ କରିଛୁ ବୋଲି ଡାକୁଆ କହିଛନ୍ତି।

ସୂଚନାରୁ ପ୍ରକାଶ, ଛତୁଆ ତିଆରି କେମିତି ହେଉଛି, ତାହାର ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଖାଲି ଗୋଡ଼ରେ ଛତୁଆ ତିଆରି ସାମଗ୍ରୀକୁ ମିଶା ଯାଉଛି। ପରବର୍ତ୍ତୀ ସମୟରେ ସେହି ଛତୁଆକୁ ପ୍ୟାକେଟ୍‌ କରି ଗର୍ଭବତୀ, ପ୍ରସୂତି ଓ ଛୋଟ ପିଲାଙ୍କୁ ଯୋଗାଇ ଦିଆଯାଉଛି। ସେହି ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଗାଁ ଲୋକେ ଭୟରେ ଛତୁଆ ପ୍ରସ୍ତୁତକାରୀଙ୍କ ବିଷୟରେ କିଛି କହୁନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe