Advertisment

ବାଇକ୍‌ ଚୋରି ଅଭିଯୋଗ: ଯୁବକଙ୍କୁ ପିଟି ପିଟି ମାରିଦେଲେ

ବରଗଡ଼(ଦୀପକ ଶର୍ମା): ମାସେ ତଳେ ଚୋରି ହୋଇଥିଲା ବାଇକ୍‌ । ବାଇକ୍‌ର ପତ୍ତା ମିଳୁ ନ ଥିବା ବେଳେ ଚୋର ସନ୍ଧାନରେ ଥିଲେ ଗ୍ରାମବାସୀ । ଶେଷରେ ସିସିଟିଭି ଫୁଟେଜ ଆଧାରରେ ଜଣେ ଯୁବକଙ୍କୁ ଟେକି ଆଣିଲେ। ହେଲେ ତାଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିବା ବଦଳରେ ନିର୍ଧୂମ ଛେଚିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ପଡ଼ିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କଲେ। ଏନେଇ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ […]

author-image
Niharika Rout
ନଳକୂଅରୁ ପାଣି ନେଇଗଲେ ବୋଲି ବୃଦ୍ଧାଙ୍କୁ ପିଟି ମାରିଦେଲା ଯୁବକ

attack

ବରଗଡ଼(ଦୀପକ ଶର୍ମା): ମାସେ ତଳେ ଚୋରି ହୋଇଥିଲା ବାଇକ୍‌ । ବାଇକ୍‌ର ପତ୍ତା ମିଳୁ ନ ଥିବା ବେଳେ ଚୋର ସନ୍ଧାନରେ ଥିଲେ ଗ୍ରାମବାସୀ । ଶେଷରେ ସିସିଟିଭି ଫୁଟେଜ ଆଧାରରେ ଜଣେ ଯୁବକଙ୍କୁ ଟେକି ଆଣିଲେ। ହେଲେ ତାଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିବା ବଦଳରେ ନିର୍ଧୂମ ଛେଚିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ପଡ଼ିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କଲେ। ଏନେଇ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅମାନବୀୟ ଘଟଣା ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବଲିଟିକ୍ରା ଗାଁରେ ଘଟିଛି। ଗ୍ରାମବାସୀ ଆଇନ୍‌କୁ ନିଜ ହାତକୁ ନେଉଥିବାରୁ ଏପରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି।

Advertisment

ସୂଚନା ଅନୁଯାୟୀ, ବଲିଟିକ୍ରା ଗାଁର ରାଜେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଗତ ମାସ ୨୭ ତାରିଖରେ ଚୋରି ହୋଇଥିଲା । ଏନେଇ ବରପାଲି ଫାଣ୍ଡିରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ତେବେ ସିସିଟିଭି ଫୁଟେଜ ଆଧାରରେ ସୋନପୁର ଜିଲା ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗାଁର ଯୋଗେଶ୍ୱର ମେହେର ନାମକ ଯୁବକ ଉକ୍ତ ବାଇକ୍‌ ଚୋରି କରି ନେଇଥିବା ଜଣାପଡ଼ିଥିଲା।  ବହୁ ଖୋଜା ଖୋଜି ପରେ ଗତ କାଲି ଯୋଗେଶ୍ୱରଙ୍କୁ କାବୁ କରି ରାଜେନ୍ଦ୍ର ଭୋଇ ଓ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ ।

ଖବର ପାଇ ମୁମୁର୍ଷ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ପରିବାର ଲୋକେ ପହଞ୍ଚି ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନାହିଁ।