Advertisment

ଦେଖୁଦେଖୁ ଜାଣିନେଲେ ଉପ-ଜିଲ୍ଲାପାଳ; କ’ଣ କରୁଥିଲେ ଅଙ୍ଗନବାଡ଼ି କର୍ମୀ?

ନୀଳଗିରି (ବିଶ୍ୱମ୍ଭର ଦାସ): ଅପପୁଷ୍ଟିରେ ଶିକାର ହୋଇଥିବା ପିଲାଙ୍କୁ ଦେଖୁଦେଖୁ ଜାଣିପାରିଲେ ଉପଜିଲ୍ଲାପାଳ। ହେଲେ ଚିହ୍ନି ପାରୁନଥିଲେ ଅଙ୍ଗନବାଡ଼ି କର୍ମୀ! ତାହାହେଲେ ଏଠି ପ୍ରଶ୍ନ ଉଠୁଛି, ଅପପୁଷ୍ଟିରେ ଶିକାର ହେଉଥିବା ପିଲାଙ୍କୁ ଯଦି ଅଙ୍ଗନବାଡ଼ି ଦିଦି ଚିହ୍ନି ପାରୁନାହାନ୍ତି, ତାହାହେଲେ ସେ କ’ଣ କରୁଥିଲେ? ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିରୁ। ଜମି ପଟ୍ଟା ସମସ୍ୟା ବିବାଦ ସମାଧାନ ପାଇଁ ନୀଳଗିରି ଏନ୍‌ଏସି ୮ ନମ୍ୱର ୱାର୍ଡ ଗୁଡିଖାଣିଆ ଗାଁର ମହିଳାମାନେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ […]

ଅଦ୍ୟତନ ହୋଇଛି
ଦେଖୁଦେଖୁ ଜାଣିନେଲେ ଉପ-ଜିଲ୍ଲାପାଳ; କ’ଣ କରୁଥିଲେ ଅଙ୍ଗନବାଡ଼ି କର୍ମୀ?

Balasore

Advertisment

ନୀଳଗିରି (ବିଶ୍ୱମ୍ଭର ଦାସ): ଅପପୁଷ୍ଟିରେ ଶିକାର ହୋଇଥିବା ପିଲାଙ୍କୁ ଦେଖୁଦେଖୁ ଜାଣିପାରିଲେ ଉପଜିଲ୍ଲାପାଳ। ହେଲେ ଚିହ୍ନି ପାରୁନଥିଲେ ଅଙ୍ଗନବାଡ଼ି କର୍ମୀ! ତାହାହେଲେ ଏଠି ପ୍ରଶ୍ନ ଉଠୁଛି, ଅପପୁଷ୍ଟିରେ ଶିକାର ହେଉଥିବା ପିଲାଙ୍କୁ ଯଦି ଅଙ୍ଗନବାଡ଼ି ଦିଦି ଚିହ୍ନି ପାରୁନାହାନ୍ତି, ତାହାହେଲେ ସେ କ’ଣ କରୁଥିଲେ? ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିରୁ।

Advertisment

ଜମି ପଟ୍ଟା ସମସ୍ୟା ବିବାଦ ସମାଧାନ ପାଇଁ ନୀଳଗିରି ଏନ୍‌ଏସି ୮ ନମ୍ୱର ୱାର୍ଡ ଗୁଡିଖାଣିଆ ଗାଁର ମହିଳାମାନେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ପାଖକୁ ଆସିଥିଲେ। ମାହିଳାମାନେ କାଖରେ ନିଜ ପିଲାଙ୍କୁ ଧରି ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ମହିଳାମାନେ ନିଜର ଦାବି ସମ୍ପର୍କରେ କହିଲା ବେଳେ ଉପଜିଲ୍ଲାପାଳଙ୍କ ଆଖି ଛୋଟ ପିଲାଙ୍କ ଉପରେ ପଡ଼ିଥିଲା।

ପିଲାମାନଙ୍କୁ ଖାଇବାକୁ ଦେଉନ କି ବୋଲି ତାଙ୍କ ମାଆଙ୍କୁ ପଚାରିଥିଲେ ଉପଜିଲ୍ଲାପାଳ। ହଁ ଖାଇବାକୁ ଦେଉଛୁ ବୋଲି ପିଲାଙ୍କ ମାଆମାନେ କହିଥିଲେ। ଯଦି ଖାଇବାକୁ ଦେଉଛ, ତାହାହେଲେ ପିଲାମାନେ ଏତେ ଦୁର୍ବଳ କାହିଁକି ହୋଇଛନ୍ତି ବୋଲି ଉପଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ହେଲେ ଏହାର ଉତ୍ତର ଦେଇପାରିନଥିଲେ ପିଲାଙ୍କ ମାଆମାନେ।

Advertisment

ପିଲାମାନେ ଅପପୁଷ୍ଟିରେ ଶିକାର ହୋଇଥିବା ଉପଜିଲ୍ଲାପାଳ ଶ୍ରୀ ସେଠୀ ସନ୍ଦେହ ପ୍ରକାଶ କରିଥିଲେ। ପରେ ସେ ସଙ୍ଗେ ସଙ୍ଗେ ଫୋନ୍‌ କରି ମେଡ଼ିକାଲ ଟିମ୍‌ ଡାକି ଥିଲେ। ଫୋନ୍‌ କଲ୍‌ ପାଇବା ପରେ ମେଡିକାଲ୍‌ ଟିମ୍‌ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା। ହେଲ୍‌ଥ୍‌ ଚେକ୍‌ଅପ୍‌ ପରେ ପିଲାମାନେ ଅପପୁଷ୍ଟିରେ ଶିକାର ହୋଇଥିବା ଜଣାପଡ଼ିଥିଲା। ଏହା ପରେ ପିଲାମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ପିଲା ଓ ତାଙ୍କ ବାପା-ମାଆ ମେଡିକାଲ୍‌ରେ ରହିଲେ ନାହିଁ। ଘରେ ଅନ୍ୟ ପିଲାମାନେ ଅଛନ୍ତି କହି ସେମାନେ ମେଡିକାଲ୍‌ରୁ ଚାଲି ଯାଇଥିବା ଜଣାପଡ଼ିଛି।

ଗୁଡିଖାଣିଆ ଗାଁର ଅନ୍ୟ ପିଲାମାନେ ଅପପୁଷ୍ଟିରେ ଶିକାର ହୋଇଥିବା ସନ୍ଦେହ କରିଛନ୍ତି ଉପଜିଲ୍ଲାପାଳ। ତେଣୁ ଗାଁକୁ ମେଡ଼ିକାଲ୍‌ ଟିମ୍‌ ପଠାଇବାକୁ ଉପଜିଲ୍ଲାପାଳ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe