Advertisment

ନିର୍ଦ୍ୱନ୍ଦ୍ୱରେ ବିଜୟୀ ସରପଞ୍ଚଙ୍କୁ ଗ୍ରହଣ କଲେନି ଲୋକେ; କହିଲେ- ଭୋଟ୍‌ ହେଉ

ବରଗଡ଼ (ଦୀପକ ଶର୍ମା): ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୪ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରୁ ଜଣେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ପରେ ତାଙ୍କୁ ସରପଞ୍ଚ ଭାବେ ଗ୍ରହଣ କରୁନାହାନ୍ତି ଗାଁ ଲୋକେ। ଆଉ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ରେମତା ପଞ୍ଚାୟତର ଶତାଧିକ ଲୋକ। ପଞ୍ଚାୟତ ନିର୍ବାଚନା ପାଇଁ […]

ଅଦ୍ୟତନ ହୋଇଛି
ନିର୍ଦ୍ୱନ୍ଦ୍ୱରେ ବିଜୟୀ ସରପଞ୍ଚଙ୍କୁ ଗ୍ରହଣ କଲେନି ଲୋକେ; କହିଲେ- ଭୋଟ୍‌ ହେଉ

Bargarh

Advertisment

ବରଗଡ଼ (ଦୀପକ ଶର୍ମା): ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୪ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରୁ ଜଣେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ପରେ ତାଙ୍କୁ ସରପଞ୍ଚ ଭାବେ ଗ୍ରହଣ କରୁନାହାନ୍ତି ଗାଁ ଲୋକେ। ଆଉ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ରେମତା ପଞ୍ଚାୟତର ଶତାଧିକ ଲୋକ।

Advertisment

ପଞ୍ଚାୟତ ନିର୍ବାଚନା ପାଇଁ ବରପାଲି ବ୍ଲକ୍‌ ରେମତା ପଞ୍ଚାୟତରେ ୫ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ଭିତରୁ ୪ ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଫଳରେ ଧିରପୁର ଗାଁର ବିନୟ ଗଡ଼ତୀୟାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ କରାଯାଇଛି। ଯାହାଫଳରେ ଆଉ ସେହି ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହେବନାହିଁ।

ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଭୋଟ ଦେବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ଆଣି ଆଜି ରେମତା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଏଥିସହ ନିର୍ବାଚନକୁ ସ୍ଥଗିତ ରଖି ପୁଣି ଥରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଧାରଣା ଦେଇଥିଲେ।

Advertisment

ଗାଁ ଲୋକ ଅଭିଯୋଗ କରିଥିଲେ, ବିଜେଡି ସମର୍ଥିତ ୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନେ ନିଜ ଭିତରେ ଆପୋଷ ବୁଝାମଣା କରି ଟଙ୍କା ଲୋଭରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାଫଳରେ ସାଧାରଣ ଜନତା ଭୋଟ୍‌ ଦେବା ଅଧିକାରରୁ ବଞ୍ଚିତ ହୋଇଛନ୍ତି।

ଖବର ପାଇ ବରଗଡ଼ ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଗାଁ ଲୋକେ ବହୁ ସମୟ ଧରି ଧାରଣାରେ ବସିବା ପରେ ଉଠି ପଳାଇ ଯାଇଥିଲେ।

ଗାଁ ଲୋକେ ଧମକ ଦେଇ କହିଛନ୍ତି, ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଜିଲ୍ଲାପରିଷଦ ଭୋଟ୍‌କୁ ବର୍ଜନ କରିବା ସହ ଗାଁରେ କୌଣସି ବ୍ୟାନର  ଓ ପୋଷ୍ଟର ଲଗାଇ ଦେବୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେବୁ ବୋଲି ଗାଁ ଲୋକେ ଧମକ ଦେଇଛନ୍ତି।

ସେପଟେ ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀମାନେ ନିଜ ସ୍ୱଇଚ୍ଛାରେ କରିଥିବା କହିଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe