ମୋ ଝିଅକୁ ଉଦ୍ଧାର କର...

ଟିଟିଲାଗଡ (ମାନସ ରଞ୍ଜନ ମହାନ୍ତି): ଅପହରଣ ହୋଇଥିବା ଝିଅ କେଉଁଠି? ତାଙ୍କୁ କାହିଁକି ଉଦ୍ଧାର କରାଯାଉ ନାହିଁ? ଅପହରଣ କରିଥିବା ବ୍ୟକ୍ତିକୁ କାହିଁକି ଗିରଫ କରାଯାଉ ନାହିଁ? ଏପରି ଦାବି ନେଇ ପରିବାର ଲୋକ ଓ ଗାଁ ଲୋକେ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ମୁରିବାହଳ ବ୍ଲକ୍‌ ପୋଡମୁଡି ଗାଁର ସ୍ମିତା(ଛଦ୍ମନାମ) କିଛି ଦିନ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଜଣେ ଯୁବକ ଅପହରଣ କରି ଅନ୍ୟତ୍ର ବିକ୍ରି କରିଥିବା ପରିବାର […]

Titlagarh

Titlagarh

Manoranjan Sial
  • Published: Thursday, 20 October 2022
  • Updated: 20 October 2022, 06:28 PM IST

ଟିଟିଲାଗଡ (ମାନସ ରଞ୍ଜନ ମହାନ୍ତି): ଅପହରଣ ହୋଇଥିବା ଝିଅ କେଉଁଠି? ତାଙ୍କୁ କାହିଁକି ଉଦ୍ଧାର କରାଯାଉ ନାହିଁ? ଅପହରଣ କରିଥିବା ବ୍ୟକ୍ତିକୁ କାହିଁକି ଗିରଫ କରାଯାଉ ନାହିଁ? ଏପରି ଦାବି ନେଇ ପରିବାର ଲୋକ ଓ ଗାଁ ଲୋକେ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

ମୁରିବାହଳ ବ୍ଲକ୍‌ ପୋଡମୁଡି ଗାଁର ସ୍ମିତା(ଛଦ୍ମନାମ) କିଛି ଦିନ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଜଣେ ଯୁବକ ଅପହରଣ କରି ଅନ୍ୟତ୍ର ବିକ୍ରି କରିଥିବା ପରିବାର ଲୋକେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଚିତ୍ରସେନ ଗହିର ନାମକ ଜଣେ ଯୁବକକୁ ପୁଲିସ ଥାନାକୁ ଆଣି ପଚରଉଚରା କରିଥିଲା। ୧୯ ତାରିଖ ସୁଦ୍ଧା ସ୍ମିତାଙ୍କୁ ପୁଲିସ୍‌ ଜିମାରେ ଦେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲା ଚିତ୍ରସେନ। ଏହା ପରେ ପୁଲିସ୍‌ ଚିତ୍ରସେନଙ୍କୁ ଛାଡ଼ିଥିଲା।

ଆଜି ୨୦ ତାରିଖ ହେଲାଣି। ହେଲେ ହଜିଲା ଝିଅ ସମ୍ପର୍କରେ କୌଣସି ଖୋଜଖବର ପାଇନାହାନ୍ତି ପରିବାର ଲୋକ। ପୁଲିସ୍‌ଠାରୁ ନିରାଶ ହୋଇ ପରିବାର ଲୋକେ ଓ ଗାଁ ଲୋକ ଆଜି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯଥା ଶୀଘ୍ର ଝିଅକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକ।

ଅନ୍ୟପକ୍ଷରେ ପୁଲିସ୍‌ କହିଛି ଉଚିତ୍‌ ପଦେକ୍ଷପ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos