Advertisment

ଅନ୍ୟ ଜାତିରେ ବାହା ହୋଇଥିଲା ଝିଅ, ମା’ ମଲାପରେ ଏପରି ଶାସ୍ତି ଦେଲେ ଗ୍ରାମବାସୀ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ମା’ ଚାଲିଯିବା ଖବର ପାଇ ଧାଇଁ ଆସିଥିଲା ଝିଅ। କିନ୍ତୁ ତାକୁ ମା’ର ମୃତଦେହ ପାଖକୁ ଯିବାକୁ ଦେଲେନି ଗାଁ ଲୋକେ। କାରଣ ସେ ଅନ୍ୟ ଜାତିରେ ବାହା ହୋଇଥିଲା। ଝିଅକୁ ମା’ର ଶବ ଛୁଇଁବାକୁ ଦେଲେ ନି କି ନିଜେ ବି ଛୁଇଁଲେନି ଗ୍ରାମବାସୀ। ଫଳରେ ଗତକାଲି ରାତିରୁ ଆଜି ମଧ୍ୟାହ୍ଣ ପର୍ଯ୍ୟନ୍ତ ଘର ଭିତରେ ପଡ଼ି ରହିଥିଲା ମୃତଦେହ। ଆଉ ବାହାରେ ଘର ପିଣ୍ଡାରେ ବସି କଇଁ କଇଁ ହୋଇ […]

ଅନ୍ୟ ଜାତିରେ ବାହା ହୋଇଥିଲା ଝିଅ, ମା’ ମଲାପରେ ଏପରି ଶାସ୍ତି ଦେଲେ ଗ୍ରାମବାସୀ

bodha

Advertisment

ବୌଦ୍ଧ (ଓଡ଼ିଶା ରିପୋର୍ଟର): ମା’ ଚାଲିଯିବା ଖବର ପାଇ ଧାଇଁ ଆସିଥିଲା ଝିଅ। କିନ୍ତୁ ତାକୁ ମା’ର ମୃତଦେହ ପାଖକୁ ଯିବାକୁ ଦେଲେନି ଗାଁ ଲୋକେ। କାରଣ ସେ ଅନ୍ୟ ଜାତିରେ ବାହା ହୋଇଥିଲା। ଝିଅକୁ ମା’ର ଶବ ଛୁଇଁବାକୁ ଦେଲେ ନି କି ନିଜେ ବି ଛୁଇଁଲେନି ଗ୍ରାମବାସୀ। ଫଳରେ ଗତକାଲି ରାତିରୁ ଆଜି ମଧ୍ୟାହ୍ଣ ପର୍ଯ୍ୟନ୍ତ ଘର ଭିତରେ ପଡ଼ି ରହିଥିଲା ମୃତଦେହ। ଆଉ ବାହାରେ ଘର ପିଣ୍ଡାରେ ବସି କଇଁ କଇଁ ହୋଇ କାନ୍ଦୁଥିଲା ଝିଅ। ଶେଷରେ ଏକ ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ପରେ ଘରୁ ବାହାରିଥିଲା ମୃତଦେହ।

Advertisment

ଜାତିପ୍ରଥାର ଯାତନା କେତେ ହୃଦୟ ବିଦାରକ ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି। ଆଜି ମାତୃଦିବସରେ ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଲାସୀଙ୍ଗା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁଲଭ ପ୍ରଧାନ।

ସୁଲଭଙ୍କ ଏକ ମାତ୍ର ଝିଅ ହେଉଛନ୍ତି ଜମ୍ବୁ। ସେ ଅନ୍ୟ ଜାତିର ପୁଅକୁ ଭଲ ପାଇ ବିବାହ କରିଛନ୍ତି। ଏହି ବାହାଘରକୁ ଗାଁ ଲୋକେ ସ୍ୱୀକାର କରି ନଥିଲେ। ସେଥିପାଇଁ ସେମାନେ ଜମ୍ବୁଙ୍କୁ ବାସନ୍ଦ କରିଥିଲେ। ସେହିଦିନ ଠାରୁ ସେ ଆଉ ମା’ ପାଖକୁ ଆସିପାରୁ ନଥିଲେ।

Advertisment

ଗତକାଲି ବିଳମ୍ବିତ ରାତିରେ ସୁଲଭଙ୍କ ମୃତ୍ୟୁ ଘଟିଥିଲା। ମା’ର ମଲା ଖବର ଶୁଣି ଆଉ ରହିପାରିଲେନି ଜମ୍ବୁ। ସେ ଗାଁକୁ ଆସିଲେ ମା’ର ଶେଷ ଦର୍ଶନ କରିବା ସହିତ ଅନ୍ତିମ ସଂସ୍କାର କରିବାକୁ। ହେଲେ ଗ୍ରାମବାସୀ ତାଙ୍କୁ ମା’ର ଶବକୁ ଛଇଁବାକୁ ଦେଇ ନଥିଲେ। ନିରୂପାୟ ହୋଇ ସେ ଘର ପିଣ୍ଡାରେ ବସି ରହି କଇଁ କଇଁ ହୋଇ କାନ୍ଦୁଥିଲେ। କଥାଟା ବିଭିନ୍ନ ଆଡ଼େ ପ୍ରଚାର ହେବା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଜମ୍ବୁ ତାଙ୍କ ମା’ ଶବକୁ ଛୁଇଁ ପାରିଥିଲେ। କିନ୍ତୁ ଗ୍ରାମବାସୀ କେହି ମୃତଦେହକୁ ଛୁଇଁ ନଥିଲେ।

ପରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତରେ ଜମ୍ବୁ ମା’ର ଶବକୁ ମଶାଣିକୁ ନେଇ ସତ୍କାର କରିଥିଲେ। ସେ ମୁଖାଗ୍ନି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe