୧୨ ବର୍ଷ ପିଲାର ମୃତଦେହକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହା ହେଲା 

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟରେ ପୁଣି ଏକ ମୃତଦେହକୁ କାନ୍ଧ ମିଳିନି।ଶେଷରେ ଠେଲା ଗାଡ଼ିରେ ମୃତଦେହ ବୁହାହୋଇ ଯାଇ ପୋତା ଯାଇଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। ଏକ ୧୨ ବର୍ଷର ବାପ ଛେଉଣ୍ଡ ପିଲାର ମୃତଦେହକୁ କେହି କାନ୍ଧ ଦେବାକୁ ଆସିନଥିଲେ। ଫଳରେ ତା’ର ମୃତଦେହକୁ ଏକ ଟ୍ରଲିରେ ଶ୍ମଶାନ ନିଆଯାଇଥିଲା। ସୂଚନା ଅନୁସାରେ ମୃତକ ହେଲା ପିଣ୍ଟୁ ମହାରଣା। ପିଣ୍ଟୁ ନିଜ ମା’ ଓ ଭଉଣୀ ସହ ରହୁଥିଲା। ଅତ୍ୟନ୍ତ ଗରିବ […]

tyyyy0000

tyyyy0000

Rakesh Mallick
  • Published: Friday, 01 February 2019
  • Updated: 02 February 2019, 10:06 AM IST

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟରେ ପୁଣି ଏକ ମୃତଦେହକୁ କାନ୍ଧ ମିଳିନି।ଶେଷରେ ଠେଲା ଗାଡ଼ିରେ ମୃତଦେହ ବୁହାହୋଇ ଯାଇ ପୋତା ଯାଇଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। ଏକ ୧୨ ବର୍ଷର ବାପ ଛେଉଣ୍ଡ ପିଲାର ମୃତଦେହକୁ କେହି କାନ୍ଧ ଦେବାକୁ ଆସିନଥିଲେ। ଫଳରେ ତା'ର ମୃତଦେହକୁ ଏକ ଟ୍ରଲିରେ ଶ୍ମଶାନ ନିଆଯାଇଥିଲା।

ସୂଚନା ଅନୁସାରେ ମୃତକ ହେଲା ପିଣ୍ଟୁ ମହାରଣା। ପିଣ୍ଟୁ ନିଜ ମା’ ଓ ଭଉଣୀ ସହ ରହୁଥିଲା। ଅତ୍ୟନ୍ତ ଗରିବ ହୋଇଥିବା ପିଣ୍ଟୁର ମାଆ ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ବେଢ଼ାରେ ଝାଡ଼ୁମାରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି।

ପିଣ୍ଟୁ ଅପସ୍ମାର ରୋଗରେ ପୀଡ଼ିତ ଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଥିଲା।

ପିଣ୍ଟୁର ପରିବାରରେ କେହି ପୁରୁଷ ନଥିବା ବେଳେ ଅତ୍ୟନ୍ତ ଗରିବ ହୋଇଥିବାରୁ ଆଖପାଖରୁ କେହି ତା’ ଶବକୁ କାନ୍ଧ ଦେବାକୁ ଆସି ନଥିଲେ। କାନ୍ଧ ଦେବା ବଦଳରେ କିଛି ଗ୍ରାମବାସୀ ମୃତଦେହ ନେବାକୁ ଏକ ଠେଲାଗାଡ଼ି ଠିକ କରିଦେଇଥିଲେ। ଏହାପରେ ଉକ୍ତ ଠେଲାଗାଡ଼ିରେ ମୃତଦେହ ମୁନିଖୋଲ ଶ୍ମଶାନକୁ ନେଇ ପୋତା ଯାଇଥିଲା।

ତେବେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ କାନ୍ଧରେ ନିଆଯିବା କଥା। ହେଲେ ଏଠାରେ ଏକ ବାପ ଛେଉଣ୍ଡ ଗରିବ ପରିବାରର ଛୋଟ ପିଲାର ମୃତଦେହକୁ ଗ୍ରାମବାସୀ ସମ୍ମାନର ସହ ବିଦାୟ ନଦେଇ ଠେଲା ଗାଡ଼ି ଯୋଗାଡ଼ କରି ଶ୍ମଶାନ ପଠାଇ ଦେବା ସେମାନଙ୍କ ମଣିଷପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଶବକୁ କାନ୍ଧ ନମିଳିବା ଘଟଣା ରାଜ୍ୟରେ ନୂଆ କଥା ନୁହେଁ। ରାଜ୍ୟର ଅନ୍ୟ ଅଞ୍ଚଳରୁ ମଧ୍ୟ ଏପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story