ଶୁଣିଲାନି ପ୍ରଶାସନ! ପିଲାଙ୍କ ସ୍କୁଲ ଯିବା ପାଇଁ କାଠ ପୋଲ ମରାମତି କଲେ ଲୋକେ

ବାଲିଗୁଡ଼ା (ଅଜିତ ନାୟକ): ବିପଦସଙ୍କୁଳ ଅବସ୍ଥାରେ ଥିବା କାଠ ପୋଲର ମରାମତି କରିଛନ୍ତି ଗାଁ ଲୋକ। ପ୍ରତିଦିନ ପିଲାମାନେ କ୍ଷତିଗ୍ରସ୍ତ କାଠପୋଲ ଦେଇ ସ୍କୁଲ ଯିବା ଆସିବା କରୁଥିଲେ। ବାରମ୍ବାର ଏନେଇ ଗାଁ ଲୋକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଶେଷରେ ଗାଁ ଲୋକ ବାଧ୍ୟ ହୋଇ ନିଜ ସମ୍ବଳରେ କାଠ ପୋଲର ମରାମତି କରିଛନ୍ତି। ପିଲାଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପଠାଇବା ଓ ସେଠାରୁ ଆସିବା ପାଇଁ ଗାଁ ଲୋକ […]

Baliguda

  • Published: Wednesday, 02 November 2022
  • , Updated: 02 November 2022, 04:02 PM IST

ବାଲିଗୁଡ଼ା (ଅଜିତ ନାୟକ): ବିପଦସଙ୍କୁଳ ଅବସ୍ଥାରେ ଥିବା କାଠ ପୋଲର ମରାମତି କରିଛନ୍ତି ଗାଁ ଲୋକ। ପ୍ରତିଦିନ ପିଲାମାନେ କ୍ଷତିଗ୍ରସ୍ତ କାଠପୋଲ ଦେଇ ସ୍କୁଲ ଯିବା ଆସିବା କରୁଥିଲେ। ବାରମ୍ବାର ଏନେଇ ଗାଁ ଲୋକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା।

ଶେଷରେ ଗାଁ ଲୋକ ବାଧ୍ୟ ହୋଇ ନିଜ ସମ୍ବଳରେ କାଠ ପୋଲର ମରାମତି କରିଛନ୍ତି। ପିଲାଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପଠାଇବା ଓ ସେଠାରୁ ଆସିବା ପାଇଁ ଗାଁ ଲୋକ ଏକଜୁଟ ହୋଇ କାଠ ପୋଲ ମରାମତି କରିଥିବା କହିଛନ୍ତି।

ଏଭଳି ଘଟଣା କନ୍ଧମାଳ ଜିଲ୍ଲା ସିମନବାଡି ପଂଚାୟତର ଆଡକି ଗାଁରେ ଦେଖିବାକୁ ମିଳିଛି। ଗାଁର ପିଲାମାନେ ନିକଟସ୍ଥ ସ୍କୁଲକୁ ଯିବା ଆସିବା ଲାଗି ପ୍ରତିଦିନ ଭଙ୍ଗା କାଠ ପୋଲର ବ୍ୟବହାର କରୁଥିଲେ। ତେଣୁ ଏହାର ମରାମତି କରିବାକୁ ଗାଁ ଲୋକ ଏକାଠି ହୋଇ ପ୍ରଶାସନକୁ ଜଣାଇଥିଲେ। ପ୍ରଶାସନ ମଧ୍ୟ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ହେଲେ ପ୍ରତିଶ୍ରୁତ କାର୍ଯ୍ୟକାରୀ ନ ହେବାରୁ ଗାଁ ଲୋକମାନେ ନିକଟରେ କାଠ ପୋଲର ମରାମତି ପାଇଁ ଏକାଠି ହୋଇଥିଲେ। ଶେଷରେ ସେମାନେ ପ୍ରଶାସନର ବିନା ସହଯୋଗରେ ମରାମତି କାମ ଶେଷ ବି କରିଛନ୍ତି।

ଏହି ଗାଁରେ କେବଳ କାଠ ପୋଲ ଏକମାତ୍ର ସମସ୍ୟା ନୁହେଁ। ଏଠାରେ ଥିବା ସୋଲାର ନୂଳକୂପ ମଧ୍ୟ ଅଚଳ ହୋଇ ରହିଛି। ଫଳରେ ମହିଳାମାନେ ବିଲରୁ ପାଣି ସଂଗ୍ରହ କରି ପିଇବାକୁ ବାଧ୍ୟ ହେଉଛନ୍ତି। ଏହି ପାଣି ପିଇବା ଦ୍ୱାରା ଅନେକ ଲୋକ ରୋଗାକ୍ରାନ୍ତ ହେବାର ନଜିର ମଧ୍ୟ ରହିଛି।

ଲୋକମାନେ ଏହାର ସମାଧାନ ଚାହୁଁଥିଲେ ବି ଏଯାଏ ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନେଇନାହିଁ। କେବଳ ପ୍ରଶାସନ ନୁହେଁ, ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ କୌଣସି କଥା ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଆଡକି ଗାଁରେ ରହୁଥିବା ସୁଧାକର ପ୍ରଧାନ କହିଛନ୍ତି, ଏହି କାଠ ପୋଲ ଉପରେ ପ୍ରାୟ ୧୬ରୁ ୧୭ ପରିବାର ନିର୍ଭର କରନ୍ତି। ବିଶେଷ କରି ସ୍କୁଲ ପିଲାମାନେ ଏହି ରାସ୍ତାରେ ଯିବା ଆସିବା କରିଥାଆନ୍ତି। ୬ ବର୍ଷ ହେଲା କାଠପୋଲ ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ କେହି ବି ସମାଧାନର ରାସ୍ତା ବାହାର କରୁନାହାନ୍ତି।

ଆମେ ସରପଞ୍ଚ ଓ ବିଧାୟକଙ୍କୁ ଭେଟିଥିଲୁ। ସେମାନେ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ହେଲେ ଏଯାଏ କେହି ବି କିଛି କଲେନି। ତେଣୁ ଆମେ କିଛି ଲୋକ ଏକାଠି ହୋଇ ସମସ୍ୟାର ସମାଧାନ କରିଛୁ ବୋଲି ଗ୍ରାମବାସୀ ଜଣଙ୍କ କହିଛନ୍ତି।

ତେବ ଅସ୍ଥାୟୀ ଭାବେ ପୋଲର ମରାମତି କରାଯାଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Related story