Advertisment

ତୃତୀୟ ପର୍ଯ୍ୟାୟରେ ବି ବିଶୃଙ୍ଖଳା: କୋରେଇରେ ବିଡିଓଙ୍କୁ ଆକ୍ରମଣ, ବିଞ୍ଝାରପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ

ଯାଜପୁର (ଓଡ଼ିଶା ରିପୋର୍ଟର): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଧ୍ୟ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଶୃଙ୍ଖଳା। ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଛନ୍ତି। ବୁଥ୍ ଜବରଦଖଲ ଉଦ୍ୟମ କରାଯାଉଥିବା ଖବର ପାଇ ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିଲେ। ଏହାକୁ ନେଇ ସୋତି ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ତୃତୀୟ ପର୍ଯ୍ୟାୟରେ ବି ବିଶୃଙ୍ଖଳା: କୋରେଇରେ ବିଡିଓଙ୍କୁ ଆକ୍ରମଣ, ବିଞ୍ଝାରପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ

Vote

ଯାଜପୁର (ଓଡ଼ିଶା ରିପୋର୍ଟର): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଧ୍ୟ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଶୃଙ୍ଖଳା। ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଛନ୍ତି। ବୁଥ୍ ଜବରଦଖଲ ଉଦ୍ୟମ କରାଯାଉଥିବା ଖବର ପାଇ ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିଲେ। ଏହାକୁ ନେଇ ସୋତି ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସେଠାରେ ମତଦନାକୁ ବନ୍ଦ ରଖାଯାଇଛି।

Advertisment

ସେହିପରି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍‌ର ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି। ସେହିପରି ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେଠାରେ ମତଦାନ ବନ୍ଦ ରହିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ଦୁର୍ବୃତ୍ତମାନେ ଅନ୍ୟ ଭୋଟ୍ ବାକ୍ସ ନେଇ କେଉଁଆଡ଼େ ଗଲେ, ତାହା ଜଣାପଡ଼ି ନାହିଁ।

ଖବର ସଂଗ୍ରହ ବେଳେ ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନଂ ବୁଥ ନିକଟରେ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ସେମାନଙ୍କୁ ଲୋକେ ନିସ୍ତୁକ ପିଟିବା ସହିତ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ବୁଥ୍ ରିଗିଂ ଉଦ୍ୟମ ବେଳେ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କ ଉପରେ ହୋଇଥିଲା ଆକ୍ରମଣ।

Advertisment

[caption id="attachment_715046" align="aligncenter" width="650"]Vote Box ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗିଲେ ଦୁର୍ବୃତ୍ତ[/caption]

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ଦଶରଥପୁର ବ୍ଳକ୍‌ ୯ ନମ୍ବର ବୁଥ୍‌ର ଭୋଟ୍ ବାକ୍ସକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ। ମତଦାନ ଶେଷ ହେବା ପରେ ପୋଲିଂ ଅଫିସରମାନେ ଭୋଟ୍‌ ବାକ୍ସକୁ ସିଲ୍‌ କରୁଥିବା ବେଳେ ୨ରୁ ୪ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଠାରୁ ବାକ୍ସଟିକୁ ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ କନିକାପଡ଼ା ପଞ୍ଚାୟତର କନିକାପଡ଼ା ସ୍କୁଲର ୨ ନମ୍ୱର ବୁଥ୍‌ରେ ପଶି କିଛି ଲୋକ ବାଲାଟ୍‌ ପେପର ଛଡ଼ାଇ ନେଇ ଯାଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବରୀର ରୁଦ୍ରପୁର ୟୁଜିଏମ୍‌ଇ ସ୍କୁଲର ଏକ ବୁଥ୍‌ରେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଜୋର ଜବଦସ୍ତ ପଶି ଭୋଟ୍ ଦେଇଥିଲେ। ଏହା ସହିତ ମତଦାତାଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲେ। ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା।

Odisha Panchayat Election 2022