Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ, ଆକ୍ରମଣରେ ଜଣେ ଅଣଛାତ୍ର ଆହତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ଛାତ୍ର ଓ ଅଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣେ ଅଣଛାତ୍ରଙ୍କୁ ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦେବାଶିଷ ମିଶ୍ର ପିଏଚ୍‌ଡି ଆଡ୍‌ମିସନ୍‌ ସମ୍ପର୍କରେ ବୁଝିବା ପାଇଁ ଆସିଥିଲେ। ଏହି ସମୟରେ କେତେକ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ, ଆକ୍ରମଣରେ ଜଣେ ଅଣଛାତ୍ର ଆହତ

Violent-group-clash-breaks-out-between-two-groups-at-#Berhampur-University

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ଛାତ୍ର ଓ ଅଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣେ ଅଣଛାତ୍ରଙ୍କୁ ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦେବାଶିଷ ମିଶ୍ର ପିଏଚ୍‌ଡି ଆଡ୍‌ମିସନ୍‌ ସମ୍ପର୍କରେ ବୁଝିବା ପାଇଁ ଆସିଥିଲେ। ଏହି ସମୟରେ କେତେକ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ଏହି ଘଟଣାରେ ପୁଲିସ ୨ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।