Advertisment

ଭିସ୍ତା ଚିଟଫଣ୍ଡ ଠକେଇ ମାମଲା: ଭୁବନେଶ୍ୱରରୁ ନିର୍ଦ୍ଦେଶକ ବିଜୟ ସ୍ୱାଇଁ ଗିରଫ

ଭୁବନେଶ୍ୱର: ଭିସ୍ତା ଚିଟପଣ୍ଡ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ବିଜୟ ସ୍ୱାଇଁଙ୍କୁ  ଗିରଫ କରିଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ବଲାଙ୍ଗୀର ଓ ଭବାନୀପାଟଣା ସମେତ ଏକାଧିକ ସ୍ଥାନରେ ଚଢାଉ ଚାଲିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା। ଅନ୍ୟପକ୍ଷରେ ଗତ ୧୭ ତାରିଖରେ ଭୁବନେଶ୍ୱରରୁ ବିଶାଖାପାଟଣାକୁ ଯାଉଥିବା ଏକ ଟ୍ରେନରୁ ଚିଟ୍ଫଣ୍ଡ ସଂସ୍ଥା ଭିସ୍ତାର ପରିଚାଳନା ନିଦ୍ଦେର୍ଶକ ଦେବ କୁମାର […]

ଭିସ୍ତା ଚିଟଫଣ୍ଡ ଠକେଇ ମାମଲା: ଭୁବନେଶ୍ୱରରୁ ନିର୍ଦ୍ଦେଶକ ବିଜୟ ସ୍ୱାଇଁ ଗିରଫ

vista chitfond

Advertisment

ଭୁବନେଶ୍ୱର: ଭିସ୍ତା ଚିଟପଣ୍ଡ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ବିଜୟ ସ୍ୱାଇଁଙ୍କୁ  ଗିରଫ କରିଛି। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ବଲାଙ୍ଗୀର ଓ ଭବାନୀପାଟଣା ସମେତ ଏକାଧିକ ସ୍ଥାନରେ ଚଢାଉ ଚାଲିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା।

Advertisment

ଅନ୍ୟପକ୍ଷରେ ଗତ ୧୭ ତାରିଖରେ ଭୁବନେଶ୍ୱରରୁ ବିଶାଖାପାଟଣାକୁ ଯାଉଥିବା ଏକ ଟ୍ରେନରୁ ଚିଟ୍ଫଣ୍ଡ ସଂସ୍ଥା ଭିସ୍ତାର ପରିଚାଳନା ନିଦ୍ଦେର୍ଶକ ଦେବ କୁମାର ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ଗିରଫ କରିଥିଲା। ତାଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ଚିଟପଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ବିଜୟ ସ୍ୱାଇଁଙ୍କୁ ଆଜି ଏହି ଟିମ୍ ଗିରଫ କରିଥିବା ସୂଚନା ମିଳିଛି।

ସୂଚନାଯାଗ୍ୟ ଯେ, ଭିସ୍ତା କମ୍ପାନୀ କଳାହାଣ୍ଡି ଏବଂ ବଲାଙ୍ଗୀର ଜମାକାରୀଙ୍କଠାରୁ ୫୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe