Advertisment

ଆଜି ସରିବ ଭିସ୍ତା ଏମ‍୍‌ଡିଙ୍କ ରିମାଣ୍ଡ

ଭୁବନେଶ୍ୱର: ୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରିଥିବା ଭିସ୍ତା ମ୍ୟାନେଜମେଣ୍ଟ ସର୍ଭିସେସ‍୍‌ ପ୍ରାଇଭେଟ‍୍‌ ଲିମିଟେଡର ପରିଚାଳନା ନିର୍ଦେଶକ ଦେବକୁମାର ପଣ୍ଡାଙ୍କର ରିମାଣ୍ଡ ଆଜି ଶେଷ ହେଉଛି।  କ୍ରାଇମ‍୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତନତନ କରି ଦେବକୁମାରଙ୍କୁ ଜରା କରିଛି। ତାଠାରୁ ଆନ୍ତର୍ଜାତିକ ସ୍ତରର ଏଏନ‍୍‌ଜେଡ୍ (ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ) ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ରହିଥିବା ସୂଚନା ପାଇଛି କ୍ରାଇମ‍୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାକୁ ହଡ଼ପ କରିବା ପରେ ଦେବକୁମାର କେବଳ ରାଷ୍ଟ୍ରାୟତ୍ତ ଓ […]

ଅଦ୍ୟତନ ହୋଇଛି
ଭିଷ୍ଟା ସିଏମଡି ଦେବଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲ୍ୟୁ

debkumarpanda

Advertisment

ଭୁବନେଶ୍ୱର: ୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରିଥିବା ଭିସ୍ତା ମ୍ୟାନେଜମେଣ୍ଟ ସର୍ଭିସେସ‍୍‌ ପ୍ରାଇଭେଟ‍୍‌ ଲିମିଟେଡର ପରିଚାଳନା ନିର୍ଦେଶକ ଦେବକୁମାର ପଣ୍ଡାଙ୍କର ରିମାଣ୍ଡ ଆଜି ଶେଷ ହେଉଛି।  କ୍ରାଇମ‍୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତନତନ କରି ଦେବକୁମାରଙ୍କୁ ଜରା କରିଛି। ତାଠାରୁ ଆନ୍ତର୍ଜାତିକ ସ୍ତରର ଏଏନ‍୍‌ଜେଡ୍ (ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ) ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ରହିଥିବା ସୂଚନା ପାଇଛି କ୍ରାଇମ‍୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାକୁ ହଡ଼ପ କରିବା ପରେ ଦେବକୁମାର କେବଳ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକରେ ନିଜ ନାମରେ ଆକାଉଣ୍ଟ୍ ଖୋଲି ସେଥିରେ ଜମା କରିଥିଲେ ତାହା ନୁହେଁ। ଏହାର ଏଟିଏମ‍୍‌ କାର୍ଡ ମଧ୍ୟ କ୍ରାଇମ‍୍‌ବ୍ରାଞ୍ଚ ଜବତ କରିଛି। ଦେବକୁମାରଙ୍କଠାରୁ ଆମେରିକୀୟ ଓ ସିଙ୍ଗାପୁର ଡଲାର ଜବତ କରିବା ପରେ କ୍ରାଇମ‍୍‌ବ୍ରାଞ୍ଚ ଏହି ଦିଗରେ ତଦନ୍ତ ଆରମ୍ଭ କରିଥିଲା। ଏଏନ‍୍‌ଜେଡ୍  ବ୍ୟାଙ୍କର ଗୋଟିଏ ମାତ୍ର ଶାଖା ଭାରତରେ ରହିଛି। ତାହା ପୁଣି ମୁମ୍ୱାଇରେ। ଆନ୍ତର୍ଜାତିକ ମୁଦ୍ରା ଆବଶ୍ୟକ ବେଳେ ଏହି ଏଟିଏମ‍୍‌ ବ୍ୟବହାର କରାଯାଇଥାଏ। ବିଦେଶୀ ମୁଦ୍ରା ବିନିମୟ କରିବାକୁ ଆଉ ଅନ୍ୟ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସେହିପରି ଦେବକୁମାର ସିଙ୍ଗାପୁର ଯିବାକୁ ଚାହୁଁଥିବାରୁ ସେଠାରେ ସେ  ପୁଞ୍ଜିନିବେଶ କରିଥିବା ମଧ୍ୟ କ୍ରାଇମ‍୍‌ବ୍ରାଞ୍ଚ ତଦନ୍ତ ଚଳାଇଛି।
ଗତ ରବିବାର ଦେବକୁମାରଙ୍କୁ କ୍ରାଇମ‍୍‌ବ୍ରାଞ୍ଚ ଗିରଫ କରିଥିଲା। ଗତ ୩ ଦିନ ହେବ ଦେବଙ୍କୁ କ୍ରାଇମ‍୍‌ବ୍ରାଞ୍ଚ ପକ୍ଷରୁ ନିରବଚ୍ଛିନ୍ନ ଭାବେ ପଚରାଉଚରା କରାଯାଉଛି। ସୋମବାର ଦିନ ଦେବଙ୍କୁ କ୍ରାଇମ‍୍‌ବ୍ରାଞ୍ଚ ୩ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଆସନ୍ତାକାଲି ଦେବଙ୍କର ରିମାଣ୍ଡ ସରୁଛି। ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ତାଙ୍କର ୫ଟି ବ୍ୟାଙ୍କରେ ୧୦ରୁ ଅଧିକ ଆକାଉଣ୍ଟ ଥିବା କ୍ରାଇମ‍୍‌ବ୍ରାଞ୍ଚ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି। ଅନେକ ବ୍ୟାଙ୍କ୍ ଆକାଉଣ୍ଟର ଷ୍ଟେଟମେଣ୍ଟ୍ କ୍ରାଇମ‍୍‌ବ୍ରାଞ୍ଚ ହସ୍ତଗତ ହୋଇସାରିଲାଣି। ସେସବୁର ବିଶ୍ଳେଷଣ କରାଯାଉଛି। ଏସବୁ ଆକାଉଣ୍ଟକୁ ବିଶ୍ଳେଷଣ କରିବା ପରେ ଦେବକୁମାରଙ୍କୁ ମଧ୍ୟ ଜେରା କରାଯାଉଛି। ଗତ ପ୍ରାୟ ବର୍ଷେ ହେବ ଭିଷ୍ଟାର ଅନେକ ଆକାଉଣ୍ଟ୍ରେ କାରବାର ହୋଇ ନ ଥିବାରୁ କ୍ରାଇମ‍୍‌ବ୍ରାଞ୍ଚକୁ ତଦନ୍ତ କରିବାକୁ କଷ୍ଟକର ହୋଇପଡୁଥିବା ଜଣେ ଅଧିକାରୀ କହିଛନ୍ତି। ସେସବୁ ତଥ୍ୟ ଲାଗି ବ୍ୟାଙ୍କ୍ଗୁଡ଼ିକର ମୁଖ୍ୟ ଶାଖା ଉପରେ ନିର୍ଭର କରିବାକୁ ପଡୁଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe