Puspendra
ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ଓ ଭୁଲ୍ ତଥ୍ୟ ଦେଇ ପ୍ଲଟ୍ ଓ ଫ୍ଲ।ଟ୍ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଡାଲିଟି ପ୍ରସ୍ତୁତ୍ ହେବା ପରେ ପଦକ୍ଷେପ ନେବା ଆରମ୍ଭ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପୁସ୍ପେନ୍ଦ୍ର ସିଂହଦେଓ। ସେ କହିଛନ୍ତି, ପୂର୍ବରୁ ମୋଡାଲିଟି ନିର୍ଦ୍ଧାରଣ ହୋଇନଥିବାରୁ କୌଣସି ଫ।ଇଲ ଭିଜିଲାନ୍ସକୁ ନଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ମୋଡାଲିଟି ନିର୍ଦ୍ଧାରଣ ହୋଇସାରିଥିବାରୁ ତୁରନ୍ତ ଭିଜିଲାନ୍ସକୁ ତଥ୍ୟ ଦିଆଯିବ। ସମସ୍ତଙ୍କୁ ସୋକଜ୍ ଜାରି କରାଯିବା ସହ ନିୟମ ଉଲ୍ଲଂଘନ ନେଇ ଯେଉଁଠି ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠି ମୋଡାଲିଟି ଅନୁସାରେ କେସ୍କୁ ଭିଜିଲାନ୍ସ ଦ୍ବାରା ତଦନ୍ତ କରାଯିବା ଯୋଗ୍ୟ ଥିବ ତାକୁ ଭିଜିଲାନ୍ସକୁ ଦିଆଯିବ ଏବଂ ଯେଉଁଠି ବାତିଲ ପାଇଁ ନୋଟିସ୍ ଦିଆଯିବା କଥା ସେଠି ନୋଟିସ୍ ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/Puspendra.jpg)