Advertisment

ବୁଥ୍‌ରେ ପଶି ବାଲାଟ୍‌ ପେପର ନେଇଗଲେ ଦୁର୍ବୃତ୍ତ

ଯାଜପୁର (ସଞ୍ଜିବ ନାୟକ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ହିଂସା ଓ ରକ୍ତପାତରେ ସରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମାନ ଚିତ୍ର ଆସିଛି। କେଉଁଠି ଦୁର୍ବୃତ୍ତମାନେ ବୁଥ୍‌ରେ ପଶି ବାଲାଟ୍‌ ପେପର ନେଇଯାଇଛନ୍ତି ତ ଆଉ କେଉଁଠି ବାଲାଟ୍‌ ପେପରରେ ଷ୍ଟାମ୍ପ ମାରି ଭୋଟ୍‌ ବାକ୍ସରେ ଗଳାଇ ପକାଇଛନ୍ତି। ଏହାକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଆଜି ଏପରି ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ମତଦାନ ପାଇଁ ଆଜି ଦଶରଥପୁର […]

ଅଦ୍ୟତନ ହୋଇଛି
ବୁଥ୍‌ରେ ପଶି ବାଲାଟ୍‌ ପେପର ନେଇଗଲେ ଦୁର୍ବୃତ୍ତ

Jajpur

Advertisment

ଯାଜପୁର (ସଞ୍ଜିବ ନାୟକ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ହିଂସା ଓ ରକ୍ତପାତରେ ସରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମାନ ଚିତ୍ର ଆସିଛି। କେଉଁଠି ଦୁର୍ବୃତ୍ତମାନେ ବୁଥ୍‌ରେ ପଶି ବାଲାଟ୍‌ ପେପର ନେଇଯାଇଛନ୍ତି ତ ଆଉ କେଉଁଠି ବାଲାଟ୍‌ ପେପରରେ ଷ୍ଟାମ୍ପ ମାରି ଭୋଟ୍‌ ବାକ୍ସରେ ଗଳାଇ ପକାଇଛନ୍ତି। ଏହାକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଆଜି ଏପରି ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ମତଦାନ ପାଇଁ ଆଜି ଦଶରଥପୁର ବ୍ଲକ୍‌ କନିକାପଡ଼ା ପଞ୍ଚାୟତର କନିକାପଡ଼ା ସ୍କୁଲରେ ୨ ଓ ୩ ନମ୍ୱର ବୁଥ୍‌ କରାଯାଇଥିଲା। ଭୋଟରମାନେ ସକାଳେ ଶୃଙ୍ଖଳିତ ଭାବେ ବୁଥ୍‌କୁ ଆସି ମତଦାନ କରୁଥିଲେ। ତେବେ ହଠାତ୍‌ କେତେକ ଦୁର୍ବୃତ୍ତ ୨ ନମ୍ୱର ବୁଥ୍‌ରେ ପଶି ବାଲାଟ୍‌ ପେପର ଛଡ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ବର୍ତ୍ତମାନ ଉକ୍ତ କେନ୍ଦ୍ରରେ ମତଦାନ ବନ୍ଦ ରହିଛି। ସେଠାରେ ଆଉ ଥରେ ମତଦାନ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ସେହି ପଞ୍ଚାୟତର ମଧୁପୁର ସ୍କୁଲରେ ବୁଥ୍‌ ନମ୍ୱର ୭ ଓ ୮ ମତଦାନ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଥିଲା। ଭୋଟରମାନେ ଆସି ନିଜର ମତଦାନ ସାବ୍ୟସ୍ତ କରୁଥିଲେ। ଗାଁ ଲୋକମାନେ ଭୋଟ୍‌ ଦେବାକୁ ଅପେକ୍ଷା କରିଥିବା ବେଳେ ହଠାତ୍‌ କେତେକ ଦୁର୍ବୃତ୍ତ ୮ ନମ୍ୱର ବୁଥ୍‌ରେ ପଶି ରିଗିଙ୍ଗ କରିଥିଲେ। ସେମାନେ ପୋଲିଂ ଅଧିକାରୀଙ୍କଠାରୁ ବାଲାଟ୍‌ ପେପର ଛଡ଼ାଇ ନେଇ ନିଜେ ଷ୍ଟାମ୍ପ ମାରି ଭୋଟ୍‌ ବାକ୍ସରେ ପକାଥିବା ଅଭିଯୋଗ ହୋଇଛି। ଏହା ପରେ ସେଠାରେ ବର୍ତ୍ତମାନ ମତଦାନ ବନ୍ଦ ରହିଛି। ଭୋଟ୍‌ ରିଗିଙ୍ଗର ଭିଡିଓ ଭାଇରାଲ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣା ଉପରେ ତର୍ଜମା କରୁଛି।

Advertisment

ସେପଟେ ବଡ଼ଚଣା ବ୍ଳକର ବଡ଼ବାଲିକୁଦା ପଞ୍ଚାୟତର ୫ ନମ୍ବର ବୁଥ୍‌ରେ ୱ।ର୍ଡ ସଭ୍ୟଙ୍କ ଚିହ୍ନ ଓଲଟ ପାଲଟ ହୋଇଯାଇଥିଲା। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ସେଠାରେ ମତଦାନକୁ ବନ୍ଦ ରଖାଯାଇଥିଲା। ଖବର ପାଇ ବଡ଼ଚଣା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପୁନଃ ମତଦାନ କରାଇବାକୁ ବ୍ୟବସ୍ଥା କରିଥିଲେ। ପ୍ରାୟ ୪ ଘଣ୍ଟା ବିଳମ୍ୱରେ ମତଦାନ ଆରମ୍ଭ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe