Advertisment

ଭୋଟ୍‌ ନ ଦେଇ ଫେରିଗଲେ ଭୋଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଏପରିକି କିଛି ସ୍ଥାନରେ ଭୋଟ୍‌ରମାନେ ମତଦାନ ନ କରି ଫେରିଯାଇଥିବା ସୂଚନା ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଗୋଡ଼ିବାଲି ୟୁପି ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍‌ […]

ଅଦ୍ୟତନ ହୋଇଛି
ଭୋଟ୍‌ ନ ଦେଇ ଫେରିଗଲେ ଭୋଟର୍‌

voterreturn

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଏପରିକି କିଛି ସ୍ଥାନରେ ଭୋଟ୍‌ରମାନେ ମତଦାନ ନ କରି ଫେରିଯାଇଥିବା ସୂଚନା ଆସିଛି।

Advertisment

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଗୋଡ଼ିବାଲି ୟୁପି ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। ଏହାକୁ ସଜାଡ଼ିବାରେ ବିଳମ୍ବ ହେବା ଯୋଗୁ ଭୋଟ୍‌ ନ ଦେଇ ଭୋଟର୍‌ମାନେ ଫେରି ଯାଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟର ବାଜିଗଡ଼ ଆଶ୍ରମ ସ୍କୁଲ୍‌ର ୬୫ ନମ୍ବର ବୁଥ୍‌ ଓ ଖର୍ସପଡ଼ା ୟୁପି ସ୍କୁଲର ୭୧ ନମ୍ବର ବୁଥ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

Advertisment

ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୋରାପୁଟ ଜିଲ୍ଲା ଜୟପୁର ଓ ଲମତାପୁଟର କିଛି ବୁଥ୍ ସହିତ ମାଲକାନଗିରି ଜିଲ୍ଲାର ୧୦ଟି ବୁଥ୍‌ରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଓଡ଼ିଶାର ୨୧ଟି  ଲୋକସଭା ଆସନ ମଧ୍ୟରୁ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ପାଇଁ ଆଜି ମତଦାନ ହେଉଛି।

ଆହୁରି ମଧ୍ୟ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe