Advertisment

ଜିଦ୍‌ରେ ଅଟଳ ଗାଁ ଲୋକେ, ଦେଉନାହାନ୍ତି ଭୋଟ୍‌

ନବରଙ୍ଗପୁର(ନବଘନ ବିଷୋୟୀ): ଖାଁ ଖାଁ ମତଦାନ କେନ୍ଦ୍ର। ଗାଁ ଲୋକଙ୍କ ଅପେକ୍ଷାରେ ବସିଛନ୍ତି ପୁଲିଂ କର୍ମଚାରୀ। ହେଲେ ଜଣେ ବି ଭୋଟର୍‌ଙ୍କ ଦେଖା ନାହିଁ। ଭୋଟ୍‌ ଦେଉନାହାନ୍ତି ଗାଁ ଲୋକେ। ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗାଁର ଲୋକେ ଭୋଟ୍‌ ବର୍ଜନ କରିଛନ୍ତି। ଭୋଟ୍‌ ଦେବୁନି କହି ସେମାନେ ଜିଦ୍‌ରେ ଅଟଳ ଅଛନ୍ତି। ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବରଡାଯୋଡି ଓ ଲଦିପଦର ୧୪ ନମ୍ବର ୱାର୍ଡର ଗାଁର […]

ଅଦ୍ୟତନ ହୋଇଛି
ଜିଦ୍‌ରେ ଅଟଳ ଗାଁ ଲୋକେ, ଦେଉନାହାନ୍ତି ଭୋଟ୍‌

Vote boycut-1

Advertisment

ନବରଙ୍ଗପୁର(ନବଘନ ବିଷୋୟୀ): ଖାଁ ଖାଁ ମତଦାନ କେନ୍ଦ୍ର। ଗାଁ ଲୋକଙ୍କ ଅପେକ୍ଷାରେ ବସିଛନ୍ତି ପୁଲିଂ କର୍ମଚାରୀ। ହେଲେ ଜଣେ ବି ଭୋଟର୍‌ଙ୍କ ଦେଖା ନାହିଁ। ଭୋଟ୍‌ ଦେଉନାହାନ୍ତି ଗାଁ ଲୋକେ। ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗାଁର ଲୋକେ ଭୋଟ୍‌ ବର୍ଜନ କରିଛନ୍ତି। ଭୋଟ୍‌ ଦେବୁନି କହି ସେମାନେ ଜିଦ୍‌ରେ ଅଟଳ ଅଛନ୍ତି।

Advertisment

ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବରଡାଯୋଡି ଓ ଲଦିପଦର ୧୪ ନମ୍ବର ୱାର୍ଡର ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ଏଯାଏଁ ମତଦାନ କେନ୍ଦ୍ରକୁ ଜଣେ ବି ଗାଁର ଭୋଟର୍‌ ଯାଇନାହାନ୍ତି। ଏହି ଦୁଇ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଭୋଟ ବର୍ଜନ ଧମକ ଦେଇଛନ୍ତି ଗ୍ରାମବାସୀ। ତେବେ ଗତକାଲି ଗାଁ ଲୋକଙ୍କୁ ପୋଲିଂ କର୍ମଚାରୀମାନେ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ବର୍ତ୍ତମାନ ପୋଲିଂ ପାର୍ଟି ସମସ୍ତ ପ୍ରକାରର ପ୍ରସ୍ତୁତି କରି ବୁଥରେ ଭୋଟରଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଗାଁରେ ୧୮୨ଜଣ ଭୋଟର ଅଛନ୍ତି।

ଲଦିପଦର ଓ ବରଡ଼ାଯୋଡି ଗ୍ରାମଟି ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମୁହକୁମାର ପଞ୍ଚାୟତ ମଧ୍ୟରେ ଆସୁଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ପାହାଡିଆ ଅଞ୍ଚଳର ପଥର ରାସ୍ତା, ଯାହାକି ପାଦରେ ଚାଲି ଚାଲି ଗଲେ ମଧ୍ୟ ଅସୁବିଧା ହେଉଥିବା ବେଳେ ସ୍ୱାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଛନ୍ତି ଲୋକେ। ଏପରିକି ବରଡ଼ାଯୋଡି ଗାଁରେ ପିଲାଙ୍କ ଲାଗି ସ୍କୁଲ ଟିଏ ବି ନଥିବାରୁ ସେମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଉକ୍ତ ଦୁଇ ଗାଁରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ। ଯାହାକୁ ନେଇ ଆଜି ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ କେହି ମଧ୍ୟ ଭୋଟ ଦେଉନାହାନ୍ତି।

Advertisment

ନବରଙ୍ଗପୁର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ବ୍ଲକ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ନିର୍ବାଚନ ଚାଲିଛି।  ବର୍ତ୍ତମାନ ଦୁଇଟି ବ୍ଲକର ସର୍ବୋମୋଟ ୫ଟି ଜିଲ୍ଲା ପରିଷଦ ସଭ୍ୟ , ୨୩ଟି ସମିତି ମେମ୍ବର ସିଟ, ୨୫ଟି ସରପଞ୍ଚ ସିଟ ଓ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ଚାଲିଛି।  ଦୁଇଟି ବ୍ଲକରେ ୧ ଲକ୍ଷ ୪ହଜାର ୭ ଜଣ ଭୋଟର ଭୋଟ ଦେବେ।

ନନ୍ଦାହାଣ୍ଡି ବ୍ଲକ ରେ ୧୩୦ଟି ବୁଥ ସେଣ୍ଟର କରାଯାଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ୨୧୩ଟି ବୁଥ ସେଣ୍ଟର କରାଯାଇଛି । ସମସ୍ତ ବୁଥରେ ଜଣେ ପ୍ରିଜାଇଡିଙ୍ଗ ଅଫିସର, ଜଣେ ଫାଷ୍ଟ ପୋଲିଂ ଅଧିକାରୀ, ଜଣେ ସେକେଣ୍ଡ ପୋଲିଂ ଅଧିକାରୀ ଓ ଜଣେ ସୁରକ୍ଷା କର୍ମୀ ରହିଥିବା ବେଳେ ୧୦ପ୍ରତିଶତ ରିଜର୍ଭ ଭାବରେ ରହିଛନ୍ତି। ସେହିଭଳି ୨ଟି ବ୍ଲକର ହେଡ଼କ୍ଵାଟର ପଞ୍ଚାୟତ ମାନଙ୍କରେ ୩ଟି ଲେଖାଏଁ ମହିଳା ବୁଥ ବା ପିଙ୍କ ବୁଥ କରାଯାଇଥିବା ସୂଚନା ମିଳିଛି।

ସେହିପରି କଟକ ଜିଲ୍ଲା କୁରାଙ୍ଗ ଶାସନ ବୁଥ୍ ନମ୍ବର ୧୫ରେ ଭୋଟରଙ୍କମାନେ ଭୋଟ୍ ବର୍ଜନ କରିଛନ୍ତି। ଏକ ମାମଲାରେ ପୁଲିସ କିଛି ବ୍ୟକ୍ତିଙ୍କୁ ଉଠାଇ ନେବା ପ୍ରତିବାଦରେ ଏଠାରେ ଲୋକେ ଭୋଟ ବର୍ଜନ କରିଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe