Advertisment

୨୦ ବର୍ଷ ପରେ ପଡ଼ିଲା ନଗଡ଼ାରେ ଭୋଟ୍‌, ୮୩% ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୃଷ୍ଟିକୁ ନେଇ ଚର୍ଚ୍ଚାରେ ରହିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ୨୦ ବର୍ଷ ପରେ ପଡ଼ିଛି ଭୋଟ୍‌। ଆଜି ହୋଇଥିବା ଭୋଟ୍‌ ଗ୍ରହଣରେ ନଗଡ଼ାରେ ୮୩% ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି-“ନକ୍ସଲ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଛି। ଯୋଗାଯୋଗ ସମସ୍ୟା ଯୋଗୁ ଉଭୟ(ନଗଡ଼ା ଓ ତ୍ରିଲୋଚନପୁର) ସ୍ଥାନରେ ଭୋଟ ହୋଇପାରୁନଥିଲା।” ଚତୁର୍ଥ ପର୍ଯ୍ୟାୟ ଭୋଟ […]

author-image
Manoranjan Sial
ଅଦ୍ୟତନ ହୋଇଛି
୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୃଷ୍ଟିକୁ ନେଇ ଚର୍ଚ୍ଚାରେ ରହିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ୨୦ ବର୍ଷ ପରେ ପଡ଼ିଛି ଭୋଟ୍‌। ଆଜି ହୋଇଥିବା ଭୋଟ୍‌ ଗ୍ରହଣରେ ନଗଡ଼ାରେ ୮୩% ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।

Advertisment

କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି-“ନକ୍ସଲ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଛି। ଯୋଗାଯୋଗ ସମସ୍ୟା ଯୋଗୁ ଉଭୟ(ନଗଡ଼ା ଓ ତ୍ରିଲୋଚନପୁର) ସ୍ଥାନରେ ଭୋଟ ହୋଇପାରୁନଥିଲା।”

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ୍‌ ପ୍ରତିଶତ ବଢ଼ିପାରେ। ୪/୫ଟି ଜାଗାରେ ବିଭିନ୍ନ କାରଣରୁ ଭୋଟଦାନରେ ବାଧା ଉପୁଜିଛି। ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ମିଳିଲା ପରେ ପଦକ୍ଷେପ ନିଆଯିବ।”

Advertisment

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କାଁଭାଁ ସ୍ଥାନକୁ ଛାଡ଼ି ଦେଲେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରି ହିଂସା ଘଟିନାହିଁ। ତେବେ ପାରାଦୀପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟ୍‌ ଦେଇଥିବା ସତ୍ତ୍ୱେ ବୁଥ୍‌ ଭିତରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସହକର୍ମୀଙ୍କୁ ଧରି ପଶିଥିଲେ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ି ନଥିଲେ।

Odisha Panchayat Election 2022