Advertisment

ଭିସୁଟ୍‌ର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର (ସଞ୍ଜୟ ଜେନା): ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଅଷ୍ଟମ ସେମିଷ୍ଟରର ୬ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଡିସେମ୍ବର ମାସ ୧୭ ତାରିଖ ସନ୍ଧ୍ୟାରେ ଏହି ଛାତ୍ରମାନେ ବୁର୍ଲା କୀରବା ଛକ ନିକଟରେ ଜଣେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ର ଜଣଙ୍କ ବୁର୍ଲା ଥାନା […]

ଅଦ୍ୟତନ ହୋଇଛି
ଭିସୁଟ୍‌ର ୬ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

vssut

Advertisment

ସମ୍ବଲପୁର (ସଞ୍ଜୟ ଜେନା): ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଅଷ୍ଟମ ସେମିଷ୍ଟରର ୬ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଗତ ଡିସେମ୍ବର ମାସ ୧୭ ତାରିଖ ସନ୍ଧ୍ୟାରେ ଏହି ଛାତ୍ରମାନେ ବୁର୍ଲା କୀରବା ଛକ ନିକଟରେ ଜଣେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ର ଜଣଙ୍କ ବୁର୍ଲା ଥାନା ଓ ଭିସୁଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ବିଶ୍ଵବିଦ୍ୟାଳୟ ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରି ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ। ଦଣ୍ଡ ସ୍ୱରୂପ ଏହି ୬ ଛାତ୍ରଙ୍କ ସପ୍ତମ ସେମିଷ୍ଟର ପରୀକ୍ଷାର ୨ଟି ବିଷୟରୁ ଗୋଟିଏ ଲେଖାଏଁ ଗ୍ରେଡ୍ ପଏଣ୍ଟ କାଟିବା ପାଇଁ ଶୃଙ୍ଖଳା କମିଟି ସୁପାରିଶ କରିଥିଲେ। ଆଉ ଏହାକୁ କୁଳପତି ଅନୁମୋଦନ କରିଛନ୍ତି।

Advertisment

ଏହା ସହିତ ଏହି ୬ ଜଣ ଛାତ୍ର ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନେ ଦେବେ। ଜୋରିମାନା ରାଶିକୁ ସେମାନଙ୍କ ଅଭିଭାବକମାନେ ବିଶ୍ୱବିଦ୍ୟାଳୟ ଡିନ୍‌ଙ୍କ ଆକାଉଣ୍ଟରେ ଜମା କରିବେ। ଚଳିତ ମାସ ୩୧ ତାରିଖ ସୁଦ୍ଧା ଜୋରିମାନା ରାଶି ଦାଖଲ କରିବାକୁ କୁହାଯାଇଛି। ଏଥି ସହିତ ୨୦ ଟଙ୍କିଆ ଷ୍ଟାମ୍ପ ପେପରରେ ଏହି ଛାତ୍ରମାନଙ୍କୁ ଏକ ଘୋଷଣାନାମା ପୂରଣ କରି ଡିନଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ଏଥିରେ ୫ଟି ଶୃଙ୍ଖଳାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।

Raging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe