Advertisment

ରାଜ୍ୟରେ ଭିଆଇପିଙ୍କୁ ମିଳୁନି ଉଚିତ୍ ସମ୍ମାନ

ଭୁବନେଶ୍ୱର : ରାଜ୍ୟରେ ଭିଭିଆଇପି ଓ ଭିଆଇପିମାନଙ୍କୁ ଉଚିତ୍ ସମ୍ମାନ ମିଳୁନି। ରାଜ୍ୟ ସରକାରଙ୍କ ବିଭିନ୍ନ ସମାରୋହ ଓ ଉତ୍ସବବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଉଛି। ବିଶେଷକରି ବିଭିନ୍ନ ସରକାରୀ ସମାରୋହରେ ବସିବା ପାଇଁ ସିଟ୍ ବ୍ୟବସ୍ଥା ଓ ସ୍ୱାଗତବେଳେ ପ୍ରୋଟୋକଲକୁ ପାଳନ କରାଯାଉନି। ରାଜ୍ୟ ସରକାରଙ୍କ ଶୀର୍ଷସ୍ତରର ଅଫିସରମାନଙ୍କ ଏଭଳି ମତିଗତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ବିଭାଗ ସମସ୍ତଙ୍କୁ ପୁଣିଥରେ ୧୯୯୮ ମାର୍ଚ୍ଚ ୨୮ ତାରିଖରେ ଭିଭିଆଇପିଙ୍କ ପ୍ରୋଟୋକଲ୍ ପାଇଁ ଜାରି ହୋଇଥିବା‘ୱାରେଣ୍ଟ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଭିଆଇପିଙ୍କୁ ମିଳୁନି ଉଚିତ୍ ସମ୍ମାନ

Secretariat2

Advertisment

ଭୁବନେଶ୍ୱର : ରାଜ୍ୟରେ ଭିଭିଆଇପି ଓ ଭିଆଇପିମାନଙ୍କୁ ଉଚିତ୍ ସମ୍ମାନ ମିଳୁନି। ରାଜ୍ୟ ସରକାରଙ୍କ ବିଭିନ୍ନ ସମାରୋହ ଓ ଉତ୍ସବବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଉଛି। ବିଶେଷକରି ବିଭିନ୍ନ ସରକାରୀ ସମାରୋହରେ ବସିବା ପାଇଁ ସିଟ୍ ବ୍ୟବସ୍ଥା ଓ ସ୍ୱାଗତବେଳେ ପ୍ରୋଟୋକଲକୁ ପାଳନ କରାଯାଉନି।

Advertisment

ରାଜ୍ୟ ସରକାରଙ୍କ ଶୀର୍ଷସ୍ତରର ଅଫିସରମାନଙ୍କ ଏଭଳି ମତିଗତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ବିଭାଗ ସମସ୍ତଙ୍କୁ ପୁଣିଥରେ ୧୯୯୮ ମାର୍ଚ୍ଚ ୨୮ ତାରିଖରେ ଭିଭିଆଇପିଙ୍କ ପ୍ରୋଟୋକଲ୍ ପାଇଁ ଜାରି ହୋଇଥିବା‘ୱାରେଣ୍ଟ ଅଫ୍ ପ୍ରିସିଡେନ୍ସ’ର ଆର୍ଟିକଲ-୭କୁ ପାଳନ ନିମନ୍ତେ ସ୍ମରଣ କରାଇ ଦେଇଛି।

ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଏକେ କର ରାଜସ୍ୱ ପର୍ଷଦ ସଦସ୍ୟ,ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟସଚିବ, ରାଜ୍ୟପାଳଙ୍କ ସଚିବ, କମିଶନର ଓ ସଚିବ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଭିଭିଆଇପି ଓ ଭିଆଇପିମାନଙ୍କୁ ସରକାରୀ ସମାରୋହରେ ପ୍ରୋଟୋକଲ ଅନୁରୂପ ସମ୍ମାନ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ଏହାସହିତ ଭବିଷ୍ୟତରେ ସମସ୍ତ ସରକାରୀ ସମାରୋହରେ ୱାରେଣ୍ଟ ଅଫ ପ୍ରିସିଡେନ୍ସକୁ ପାଳନ ନିମନ୍ତେ ଅନୁରୋଧ କରିଛନ୍ତି। ୱାରେନ୍ଟ ଅଫ ପ୍ରିସିଡେନ୍ସର ଆର୍ଟିକଲ ୭ରେ ସାମିଲ ଥିବା ଭିଭିଆଇପିଙ୍କୁ ପ୍ରୋଟୋକଲ ଅନୁରୂପ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ, ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ଅଧ୍ୟକ୍ଷ, ଓଡ଼ିଶା ହାଇକୋର୍ଟର ପ୍ୟୁନି ବା ଜୁନିୟର ଜଜ୍, ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ, ରାଜ୍ୟ ନିର୍ବାଚନ କମିଶନର/ଓପିଏସସି ଅଧ୍ୟକ୍ଷ, ମୁଖ୍ୟ ନର୍ବାଚନ କମିଶନରଙ୍କୁ ସରକାରୀ ସମାରୋହରେ ସ୍ୱାଗତ ଓ ବସିବା ପାଇଁ ପ୍ରୋଟୋକଲ୍ ପାଳନ ପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ମାନବାଧିକାର ଆୟୋଗର ଜଣେ ଅବସରପ୍ରାପ୍ତ ସଦସ୍ୟ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ,"ରାଜ୍ୟରେ ଅଫିସରରାଜ୍ ଚାଲିଥିବାରୁ ଏବେ କାର୍ଯ୍ୟପାଳିକା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପଡ଼ିଛି।ଏସବୁ ସାମ୍ବିଧାନିକ ପଦପଦବୀରେ କାର୍ଯ୍ୟ କରୁଥିବା ଭିଭିଆଇପି ଓ ଭିଆଇପିମାନଙ୍କ ପ୍ରତି ସାମାନ୍ୟତମ ସମ୍ମାନ ରହୁନି। ଯାହାକି ରାଜ୍ୟକୁ ଏକ ଅସୁସ୍ଥ ଗଣତାନ୍ତ୍ରିକ ପରିବେଶ ଆଡ଼କୁ ଠେଲି ଦେଉଛି। ଏପରିକି ଅଫିସରମାନେ ଏବେ ନ୍ୟାୟପାଳିକା ଓ ବ୍ୟବସ୍ଥାପିକାକୁ ମଧ୍ୟ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଯାହାର ପ୍ରତିଫଳନ ସରକାରଙ୍କ ଏହି ଚିଠି ମାଧ୍ୟମରେ ପଦାକୁ ଆସିପାରିଛି।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe