Advertisment

ଫାଇଲ ଫିଙ୍ଗା ବିବାଦ: ପୌରାଧ୍ୟକ୍ଷାଙ୍କ ନାଁରେ ନିର୍ବାହୀ ଅଧିକାରୀଙ୍କ ଏତଲା

ଯାଜପୁର(ଓଡ଼ିଶା ରିପୋର୍ଟର): ନୂଆ ମୋଡ଼ ନେଲା ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷାଙ୍କ ଫାଇଲ ଫିଙ୍ଗା ବିବାଦ । ଘଟଣାର ଠିକ୍‌ ମାସେ ପରେ ସମ୍ପୃକ୍ତ ପୌରାଧ୍ୟକ୍ଷାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ । ଏନେଇ ସେ ଯାଜପୁର ରୋଡ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଉତ୍‌କ୍ଷିପ୍ତ ହୋଇ  ତାଙ୍କ ଛାତି ଉପରକୁ ଫାଇଲ୍ ଫିଙ୍ଗିବାରୁ ତାଙ୍କୁ ଆଘାତ ଲାଗିଛି ଏବଂ ବିନା ଦୋଷରେ ତାଙ୍କ ସମ୍ମାନ ଉପରେ […]

ଅଦ୍ୟତନ ହୋଇଛି
ଫାଇଲ ଫିଙ୍ଗା ବିବାଦ: ପୌରାଧ୍ୟକ୍ଷାଙ୍କ ନାଁରେ ନିର୍ବାହୀ ଅଧିକାରୀଙ୍କ ଏତଲା

pic

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ନୂଆ ମୋଡ଼ ନେଲା ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷାଙ୍କ ଫାଇଲ ଫିଙ୍ଗା ବିବାଦ । ଘଟଣାର ଠିକ୍‌ ମାସେ ପରେ ସମ୍ପୃକ୍ତ ପୌରାଧ୍ୟକ୍ଷାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ । ଏନେଇ ସେ ଯାଜପୁର ରୋଡ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଉତ୍‌କ୍ଷିପ୍ତ ହୋଇ  ତାଙ୍କ ଛାତି ଉପରକୁ ଫାଇଲ୍ ଫିଙ୍ଗିବାରୁ ତାଙ୍କୁ ଆଘାତ ଲାଗିଛି ଏବଂ ବିନା ଦୋଷରେ ତାଙ୍କ ସମ୍ମାନ ଉପରେ ଆଞ୍ଚ ଆସିଛି ବୋଲି  ନିଜ ଏତଲାରେ ଦର୍ଶାଇଛନ୍ତି ନିର୍ବାହୀ ଅଧିକାରୀ  ଅଶୋକ କୁମାର ରାଉତ । ଏଥିସହ ପୂର୍ବରୁ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ପୌର କାର୍ଯ୍ୟାଳୟ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ଆଗରେ ପୌରାଧ୍ୟକ୍ଷା ଗାଳିଗୁଲଜ କରିଥିବା ଏବଂ ତାଙ୍କ ଚାମ୍ବରରେ ତାଲା ପକାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ।

ଫାଇଲ ଫିଙ୍ଗା ଘଟଣା ଗତ ମାସ ୧୫ ତାରିଖର ହୋଇଥିବା ବେଳେ ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜେଡି ପୌରାଧ୍ୟକ୍ଷାଙ୍କ ଏପରି ଅଭଦ୍ରାମୀ ତଥା ଉଦ୍ଧତ ଆଚରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

Advertisment

ଏକ ମୋବାଇଲ୍ ଟାଓ୍ୱାର୍ ବସାଇବା ଲାଗି ଜଣଙ୍କୁ ଏନ୍ଓସି ଦେବା ଘଟଣାକୁ ନେଇ ଗତ ମାସ ୧୫ ତାରିଖରେ ଅନ୍ୟମାନଙ୍କ ଉପସ୍ଥିତିରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ।  ଏବେ ଏହାର ଭିଡିଓ ଭାଇରାଲ୍ ହେବା ପରେ ପୌରାଧ୍ୟକ୍ଷାଙ୍କ ଅଶାଳୀନ ଆଚରଣ ପଦାରେ ପଡ଼ିଛି। ଏହାବାଦ ଘଟଣାର ମାସେ ପରେ ଅର୍ଥାତ୍ ଗତକାଲି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି ବ୍ୟାସନଗର ମ୍ୟୁନିସିପାଲିଟିରୁ ଖଣ୍ଡପଡ଼ା ଏନ୍ଏସିକୁ ହୋଇଯାଇଛି। ଏପରି ତରବରିଆ ଭାବେ କାହିଁକି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି କରାଗଲା, ଏହା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନି।

ଏହି ଘଟଣା ପରେ ନିଜ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ବ୍ୟାସନଗର ପୌରାଧ୍ୟକ୍ଷା ନିଜ ସଫେଇରେ ଫାଇଲ ଫିଙ୍ଗୁ ନ ଥିଲେ ବରଂ ଫେରାଉଥିଲେ ବୋଲି କହିଛନ୍ତି। ଏହା ଏକ ଘରୋଇ ଆଲୋଚନା ଥିଲା, ଏହାକୁ ଅଲଗା ଭାବେ ନେବା ଉଚିତ ନୁହେଁ ବୋଲି ବି ସେ କହିଥିଲେ।

କଥା ଏବେ ଥାନାରେ ପହଞ୍ଚି ସାରିଥିବା ବେଳେ ତଥା ଭିଡିଓରେ ସବୁ ଜଳ ଜଳ ଦିଶୁଥିବା ବେଳେ ପୁଲିସ୍‌ ପୌରାଧ୍ୟକ୍ଷାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe