ଭୁବନେଶ୍ୱର (ଓଡିଶା ରିପୋର୍ଟର): ଧୀରେ ଧୀରେ ବିଜେଡି ନେତାମାନଙ୍କର ଦାଦାଗିରି ବଢ଼ିବାରେ ଲାଗିଛି। କେତେବେଳେ କେଉଁଠି ବିରୋଧୀ ଲୋକଙ୍କୁ ପିଟୁଛନ୍ତି ତ କେତେବେଳେ ଭୋଟରଙ୍କୁ ବି ଗାଳିମନ୍ଦ କରିବାକୁ ଭୁଲୁ ନାହାନ୍ତି। ଏମିତି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ। ଏକ ସରକାରୀ କାର୍ଯ୍ୟକ୍ରମରେ ଭତ୍ତା ବାଣ୍ଟିବା ବେଳେ ଲୋକଙ୍କୁ ଗାଳିମନ୍ଦ କରିଛନ୍ତି ସେଠିକାର ବିଜେଡି ବିଧାୟକ ଆୟୁବ ଖାଁ।
ଲୋକଙ୍କୁ ସେ ଗାଳିମନ୍ଦ କରୁଥିବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରୁ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସେଠି କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇଛନ୍ତି। ଏହି ସମୟରେ ଜଣେ ମହିଳା ତାଙ୍କୁ ଟଙ୍କିକିଆ ଚାଉଳ କୋଟା କାହିଁକି କାଟିଲ ବୋଲି ପ୍ରଶ୍ନ କରୁଛନ୍ତି। ବିଧାୟକ ବହୁତ ସମୟ ଧରି ବୁଝାବୁଝି କରୁଛନ୍ତି। ଶେଷରେ ତାଙ୍କୁ ଚିଡିକି କହୁଛନ୍ତି, ତମେ ନବୀନଙ୍କ ଟଙ୍କିକିଆ ଚାଉଳ ଖାଇକି ଜିଲ୍ଲା ପରିଷଦରେ ପଦ୍ମକୁ ଭୋଟ ଦେଇଦେଲ। ସେଇଥିପାଇଁ ତମକୁ ଦେଲିନି।
ଦେଖନ୍ତୁ ଏ ସଂପର୍କିତ ପୂରା ଭିଡିଓ। କ’ଣ କହୁଛନ୍ତି କଣ୍ଟାବାଞ୍ଜିର ବିଜେଡି ବିଧାୟକ ଆୟୁବ ଖାଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ; ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନିଶାସକ୍ତ ଯୁବକ ଘଟାଇଲେ ଉନ୍ମତ କାଣ୍ଡ। ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି
Crime
ପିକଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ
ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।
Crime
ମହିଳାଙ୍କୁ ଅସଦାଚରଣ କରି ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି।
Politics
ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ
ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।
Politics
ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା
ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।